Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ବିଧାୟକ ରମେଶଜେନାଙ୍କ ମାତୃ ବିୟୋଗ

ବିଧାୟକ ରମେଶଜେନାଙ୍କ ମାତୃ ବିୟୋଗ

186
ADVERTISEMENT

ବ୍ରହ୍ମପୁର,୧୦/୯(ଇ.ରଞ୍ଜନ) : ଗଞ୍ଜାମ ଜିଲ୍ଲା କଂଗ୍ରେସଦଳର ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ମାତା ଅପ୍ସରୀ ଜେନାଙ୍କ ବୁଧବାର ସକାଳେ ବ୍ରହ୍ମପୁର ବିଲସାହି ବାସଭବନ ଠାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା l ଵ୍ରହ୍ମପୁର ବିଲ ସାହିର ବାସଭବନରେ ତାଙ୍କ ବାପା ଅରଖିତ ଜେନା ଏବଂ ମାତା ଅପ୍ସରୀ ଜେନା ବୃଦ୍ଧବୟସ ବିତାଉଥିଲେ ଆଜି ଚଲାବୁଲା ସମୟରେ କୌଣସି କାରଣ ବଶତଃ ତାଙ୍କର ମୁର୍ତ୍ୟୁ ଘଟିଥିଲା ତାଙ୍କ ୩ ପୁଅ ୩ ଝିଅ l ବଡ଼ପୁଅ ହୀନଜେନା ଉପସ୍ଥିତ ଓ ୩ ଭଉଣୀ ଉପସ୍ଥିତ ରହି ଥିବା ବେଳେ ବିଧାୟକ ରମେଶ ଜେନାଙ୍କୁ ଏସ.ଡିଜେ.ଏମ କୋର୍ଟ ପକ୍ଷରୁ ବ୍ରହ୍ମପୁର ସହର ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ତାଙ୍କ ଓକିଲଙ୍କ ସାହାଯ୍ୟ ସହଯୋଗ ଦ୍ୱାରା କିଛି ଘଣ୍ଟା ବିଳମ୍ବ ରେ କୋର୍ଟଙ୍କ ଆଦେଶରେ ତାଙ୍କ ମା’ ଙ୍କ ମୂତ ଶରୀର ପାଖରେ ପହଂଚିଥିଲେ ରମେଶ ପରେ ଶବଦାହ ପାଇଁ ଗେଟବଜ଼ାର ଗୋଲାପଲ୍ଲୀ ସାହି ସ୍ମଶାନରେ ତାଙ୍କ ବଡ଼ ଭାଇ ହୀନଜେନା ଚିତାଅଗ୍ନି ଦେଇ ଶବ ଦାହ କରିଥିଲେ l ଏଥିରେ ତାଙ୍କ ପରିବାର ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ l

Advertisement