ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନ ଅଳ୍ପକେ ବର୍ତ୍ତିଲା ଭୟଙ୍କର ଦୁର୍ଘଟଣାରୁ

478
ADVERTISEMENT

ମୁମ୍ବାଇ,୩୦/୭ ଏଜେନସି : ୧୫୦ ଯାତ୍ରୀଙ୍କୁ ଧରି ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋର ଗୋଟିଏ ବିମାନ ଅଳ୍ପକରେ ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଯିବା ସହ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଗତକାଲି ସନ୍ଧ୍ୟା ୭ଟା ସମୟରେ ଇଣ୍ଡିଗୋର ୬ଇ୯୮୩ ନମ୍ବର ବିଶିଷ୍ଟ ଏକ ବିମାନ ୧୫୦ ଯାତ୍ରୀଙ୍କୁ ଧରି ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରୁଥିଲା। ତେବେ, ବିମାନଟି ଟେକ୍‌ଅପ୍‌ କରିବା ପାଇଁ ଭୋପାଳର ରାଜା ଭୋଜ ବିମାନ ବନ୍ଦରର ରନୱେ ଉପରେ ଖୁବ୍‌ ଦ୍ରୁତଗତିରେ ଯାଉଥିବା ବେଳେ ବିମାନଟିର ଗୋଟିଏ ଚକ ବିମାନରୁ ବାହାରି ଯିବା ଅବସ୍ଥାକୁ ଆସି ଯାଇଥିଲା। ଏ ଘଟଣା ସଂପର୍କରେ ଜାଣିବା ପରେ ବିମାନର ପାଇଲଟ ଜରୁରିକାଳୀନ ବ୍ରେକ୍‌ ପ୍ରୟୋଗ କରି ବିମାନଟିକୁ ରନୱେ ଉପରେ ଅଟକାଇ ଦେଇଥିଲେ। ଫଳରେ, ଏକ ବିରାଟ ଶବ୍ଦ କରି ବିମାନଟି ରନୱେ ଉପରେ ଅଟକି ଯିବା ସହ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ।

Advertisement