Thursday, September 17, 2026
ADVERTISEMENT
Home ଜାତୀୟ ନୂତନ ନିର୍ବାଚନ କମିଶନର ଭାବେ ଶ୍ରୀ ରାଜୀବ କୁମାରଙ୍କ ଦାୟିତ୍ୱ ଗ୍ରହଣ

ନୂତନ ନିର୍ବାଚନ କମିଶନର ଭାବେ ଶ୍ରୀ ରାଜୀବ କୁମାରଙ୍କ ଦାୟିତ୍ୱ ଗ୍ରହଣ

211
ADVERTISEMENT

ନୂଆଦିଲ୍ଲୀ : ଶ୍ରୀ ରାଜୀବ କୁମାର ଆଜି ଭାରତର ନୂତନ ନିର୍ବାଚନ କମିଶନର (ଇସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ କୁମାର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ସହ ଭାରତର ନିର୍ବାଚନ ଆୟୋଗରେ ଯୋଗ ଦେଇଛନ୍ତି । 19 ଫେବୃଆରୀ 1960ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଜୀବ କୁମାର, ହେଉଛନ୍ତି 1984 ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।36 ବର୍ଷରୁ ଅଧିକ ସମୟ ଧରି ଭାରତ ସରକାରଙ୍କ ସେବାରେ ଶ୍ରୀ କୁମାର, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ନଜି ରାଜ୍ୟ କ୍ୟାଡରରେ ବିହାର ଓ ଝାଡଖଣ୍ଡର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି ।

ବି.ଏସସି, ଏଲ୍ଏଲ୍.ବି, ପିଜିଡିଏମ୍ ଏବଂ ପବ୍ଲିକ୍ ପଲିସିରେ ଏମ୍ଏ ଆଦି ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଶ୍ରୀ କୁମାରଙ୍କର ସାମାଜିକ କ୍ଷେତ୍ର, ଜଙ୍ଗଲ ଓ ପରିବେଶ, ମାନବ ସମ୍ବଳ, ଅର୍ଥ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତା ରହିଛି । ଟେକ୍ନୋଲୋଜିର ପ୍ରୟୋଗ ଏବଂ ବ୍ୟବହାର, ନୀତି ବ୍ୟବସ୍ଥାରେ ବିସ୍ତୃତ ସଂଶୋଧନ ଓ ସେବା ଯୋଗାଣରେ ଅଧିକ ସ୍ୱଚ୍ଛତା ଆଣିବା, ନାଗରିକମାନଙ୍କୁ ସିଧାସଳଖ ସେବା ଯୋଗାଇବା, ବିଭିନ୍ନ କ୍ଷେତ୍ରରୁ ମଧ୍ୟସ୍ଥିମାନଙ୍କୁ ହଟାଇବା ଦିଗରେ ତାଙ୍କର ପ୍ରବଳ ପ୍ରତିବଦ୍ଧତା ରହିଛି। ଶ୍ରୀ କୁମାର 2020 ଫେବୃଆରୀରେ ଭାରତ ସରକାରଙ୍କ ଅର୍ଥ ସଚିବ ଭାବରେ ଅବସର ନେଇଥିଲେ । ଏହାପରେ ସେ ଏପ୍ରିଲ୍ 2020ରୁ ଅଗଷ୍ଟ 31 ତାରିଖ 2020 ପଦବୀ ଛାଡିବା ପର୍ଯ୍ୟନ୍ତ ସାଧାରଣ ଉଦ୍ୟୋଗ ସିଲେକ୍ଟ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।

ଶ୍ରୀ କୁମାର ମଧ୍ୟ 2015-17 ପର୍ଯ୍ୟନ୍ତ କାର୍ମୀକ ଏବଂ ପ୍ରଶିକ୍ଷଣ ବିଭାଗର ପ୍ରତିଷ୍ଠାତା (ଏଷ୍ଟାବ୍ଲିସମେଂଟ ଅଧିକାରୀ) ଏବଂ ପୂର୍ବରୁ ବ୍ୟୟ ବିଭାଗର ଯୁଗ୍ମ ସଚିବ, ସେହିପରି ତା’ ପୂର୍ବରୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ ଓ ରାଜ୍ୟ କ୍ୟାଡରରେ ଶିକ୍ଷା ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତୀୟଶାସ୍ତ୍ରୀୟତଥାଭକ୍ତିସଙ୍ଗୀତପ୍ରତିଆଗ୍ରହଥିବାଶ୍ରୀରାଜୀବକୁମାରମଧ୍ୟଜଣେଆଗ୍ରହୀଟ୍ରେକର।

Advertisement