Thursday, September 17, 2026
ADVERTISEMENT
Home ଜାତୀୟ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ • କ୍ୟାବିନେଟର ଐତିହାସିକ ନିଷ୍ପତ୍ତି...

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ • କ୍ୟାବିନେଟର ଐତିହାସିକ ନିଷ୍ପତ୍ତି ହେବ ନୂଆ ଭାରତ

348
ADVERTISEMENT

ନୂଆଦିଲ୍ଲୀ, ୨୦-୦୮-୨୦(ଡିଏଚ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍ ରିକ୍ରୁଇଟମେଣ୍ଟ ଏଜେନ୍ସି ଗଠନ(ଏନ୍ଆରଏ)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କ୍ୟାବିନେଟରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ନୂଆ ଭାରତ ଭବିଷ୍ୟତର ଗେମ୍-ଚେଞ୍ଜର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ଅନଲାଇନ୍ ଏକକ ପ୍ରବେଶିକା ପରୀକ୍ଷା ସିଇଟି (କମନ୍ ଏଲିଜିବିଲ୍ଟି ଟେଷ୍ଟ୍) କରିବା ପାଇଁ ନ୍ୟାସନାଲ୍ ରିକ୍ରୁଇଟମେଣ୍ଟ ଏଜେନ୍ସି ଗଠନ ହେବ ବୋଲି ଐତିହାସିକ ନିଷ୍ପତ୍ତି ହୋଇଛି ।

ଏହାଦ୍ୱାରା କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଣ ଗେଜେଟେଡ ପଦବୀ ପାଇଁ ଏନଆରଏର ପରିଚାଳନାରେ ଏକକ ଅନଲାଇନ୍ ପ୍ରବେଶିକା ପରୀକ୍ଷା ହେବ । ଏହି ନିଷ୍ପତ୍ତି ଚାକିରି ଆଶାୟୀ ଏବଂ ବିଶେଷ ଭାବରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ । ଏହାସହ ଅନଲାଇନ୍ ଏକକ ପ୍ରବେଶିକା ପରୀକ୍ଷା ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଅର୍ଥ ଓ ସମୟ ବଞ୍ଚାଯାଇ ପାରିବ । ପ୍ରତିବର୍ଷ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ୨.୫ କୋଟିରୁ ଉର୍ଦ୍ଧ୍ୱ ଆଶାୟୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଏହି ନିଷ୍ପତ୍ତି ସହାୟକ ହେବ ।

ଏହାବ୍ୟତିତ ଚାଷୀଙ୍କ ସମସ୍ୟାକୁ ଦୂର କରିବାରେ ପ୍ରଧାନମନ୍ତ୍ରୀଙ୍କ ଥିବା ଅଦମ୍ୟ ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିବାରୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ)କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି କେନ୍ଦ୍ର ସରକାର ଆଖୁର ଏଫଆରପି (ଫେୟାର ଏଣ୍ଡ ରିମୁନେରେଟିଭ ପ୍ରାଇସ) ତଥା ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରି କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ୟ୍ୟ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ୧ କୋଟିରୁ ଉର୍ଦ୍ଧ୍ୱ ଆଖୁଚାଷୀ ଉପକୃତ ହେବେ । କେନ୍ଦ୍ର ସରକାର ଆର୍ମନିର୍ଭର ଭାରତ ଦିଗରେ ଅନେକ ଗୁଡିଏ ପଦକ୍ଷେପ ନେଉଛନ୍ତି । ଏହା ମୋଦୀ ସରକାରଙ୍କର ଦେଶର ବିକାଶ କ୍ଷେତ୍ରରେ ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Advertisement