ନୂଆଦିଲ୍ଲୀ ,୩୦/୭ ଏଜେନସି : ଆଜି ପୁଣି ତେଲ ଦର ହ୍ରାସ ପାଇଛି । ଗତ ଛଅ ଦିନ ହେବ ପେଟ୍ରୋଲ ଦର କ୍ରମାଗତ ଭାବେ କମିବାର ଲକ୍ଷ୍ୟ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ହେବା ପରେ ପେଟ୍ରୋଲ ଦର କ୍ରମାଗତ ଭାବେ ଷଷ୍ଠ ଦିନରେ ହ୍ରାସ ପାଇଛି । ଅପରପକ୍ଷରେ ଡିଜେଲ ଦର କ୍ରମାଗତ ଭାବେ ଆଜି ଦ୍ବିତୀୟ ଦିନ ବି ହ୍ରାସ ପାଇଛି ।
ନୂଆଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୧୩ ପଇସା ହ୍ରାସ ପାଇଥିବା ଜଣାଯାଇଛି । ତେବେ ଡିଜେଲ ଲିଟର ପିଛା ପୂର୍ବ ଦର ଅପେକ୍ଷା ମାତ୍ର ୭ ପଇସା ହ୍ରାସ ପାଇଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୩ ପଇସା ଓ ଡିଜେଲ ଲିଟର ପିଛା ୩ ପଇସା ଶସ୍ତା ହୋଇଛି । ବିଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୫୫ ପଇସା ହ୍ରାସ ପାଇଥିବା ଜଣାଯାଇଛି । ଦିଲ୍ଲୀରେ ଆଜି ସକାଳେ ପେଟ୍ରୋଲ ଲିଟର ପିଛା ୧୩ ପଇସା ହ୍ରାସ ପାଇବା ପରେ ବର୍ତ୍ତମାନ ଏହାର ମୂଲ୍ୟ ୭୨ଟଙ୍କା ୮୬ ଥିବା ଜଣାଯାଇଛି। ସେହିପରି ଡିଜେଲ ଲିଟର ପିଛା ହ୍ରାସପାଇ ୬୬ଟଙ୍କା ହୋଇଛି । ସେହିପରି ଡିଜେଲ ଦର କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଯଥାକ୍ରମେ ୬୮.୧୭ ଟଙ୍କା, ୬୯.୧୭ ଟଙ୍କା ଓ ୬୯.୭୨ ଟଙ୍କା ଥିବା କୁହାଯାଉଛି ଓ ପେଟ୍ରୋଲ ଦର ୭୫.୫୦ ଟଙ୍କା, ୭୮.୪୮ ଟଙ୍କା ଓ ୭୫.୬୭ ଟଙ୍କା ରହିଥିବା ଜଣାଯାଇଛି ।