ନୂଆଦିଲ୍ଲୀ ,୩୦/୭ ଏଜେନସି : ହରିୟାଣାର କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଓ ତାଙ୍କ ପରିବାରଙ୍କ ଘରୁ ରବିବାର ଆୟକର ବିଭାଗ ଚଢ଼ଉ କରି ୨୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କରିଛି । ବିଷ୍ଣୋଇଙ୍କ ହରିୟାଣା, ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶରେ ବିଧାୟକଙ୍କର ଥିବା ୧୩ଟି ସ୍ଥାନରେ ଗତ ୨୩ ତାରିଖରେ ଆୟକର ବିଭାଗ ଚଢ଼ଉ କରିଥିଲା। ବିଦେଶରେ ସମ୍ପତ୍ତି କୟ ପାଇଁ ବିପୁଳ ପରିମାଣର କାରବାର ହୋଇଥିବା ଆୟକର ବିଭାଗକୁ ସୂଚନା ମିଳିଛି । ବିଷ୍ଣୋଇ ହେଉଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ପୁଅ ଏବଂ ଆଦାମପୁରରୁ ସେ ଏବେ କଂଗ୍ରେସ ବିଧାୟକ ଅଛନ୍ତି । ବ୍ରିଟିସ ଭର୍ଜିନ ଦ୍ବୀପ, ପାନାମା, ବ୍ରିଟେନ ଏବଂ ୟୁଏଇ ଭଳି ସ୍ଥାନରେ ତାଙ୍କର ସ୍ଥାବର ସମ୍ପତ୍ତି ରହିଛି ।