ବ୍ରହ୍ମପୁର,୩୧/୭,(ବିଶ୍ୱରଂଜନ) : ବହୁତ ଦିନ ପରେ ଗଞ୍ଜାମ ଜିଲ୍ଲାରେ ଜାତୀୟ କଂଗ୍ରେସ ର ନବକଳେବର ହୋଇଛି ଏବଂ କଂଗ୍ରେସର ଯୁବ ନେତା ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ଭାବେ ମନୋନୀତ କରାଯାଇଛି । ରମେଶ ଜେନାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ନିଯୁକ୍ତି ଖବର ମିଳିବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ,ଧରାକୋଟ ବ୍ଲକ ର ସମସ୍ତ ପଞ୍ଚାୟତର କଂଗ୍ରେସ କର୍ମୀ ଏବଂ ସମର୍ଥକ ମହଲରେ ତଥା ଜିଲ୍ଲା କଂଗ୍ରେସର ଖୁସିର ଲହରୀ ଖେଳିଯାଇଛି ।
ପ୍ରକାଶ ଥାଉକି ରମେଶ ଜେନା ବ୳କ୍ତିଗତ ଭାବରେ ଜଣେ ପରୋପକାରୀ ଓ ସମାଜସେବୀ ଭାବରେ ନିଜ ଅଞ୍ଚଳରେ ବହୁ ଜଣାଶୁଣା । ଏହିଭଳି ଯୁବନେତାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ବ ମିଳିଥିବା ଯୋଗୁଁ ଜିଲ୍ଲାରେ କଂଗ୍ରେସ ପୁଣି ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇ ପାରିବ ବୋଲି ଜିଲ୍ଲା କଂଗ୍ରେସରେ ଆଶା ଦେଖାଯାଇଛି ଏବଂ ଏହା ବହୁ ଆଗରୁ କରିଥିଲେ ଜିଲ୍ଲା କଂଗ୍ରେସ ଆଉ ଜିଲ୍ଲାରେ କଂଗ୍ରେସର ସଙ୍ଗଠନର କିଛି ଅଗ୍ରଗତି ହୋଇ ପାରି ଥାଆନ୍ତା ବୋଲି ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତାମାନେ ମତବ୳କ୍ତ କରିଛନ୍ତି ।ରମେଶଙ୍କ ଏହି ନିଯୁକ୍ତିକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ କର୍ମୀ ମାନେ ଧନ୳ବାଦ ଦେବା ସହ ରମେଶଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି ।



















