ପାକିସ୍ତାନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ଜଣଙ୍କର ମୃତ୍ୟୁ

209
ADVERTISEMENT

ରାୱଲପିଣ୍ଡି,୩୦/୭ ଏଜେନସି : ପାକିସ୍ତାନର ରାୱଲପିଣ୍ଡିରେ ମଙ୍ଗଳବାର ସକାଳେ ଏକ ପାକିସ୍ତାନୀ ସେନାର ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ଅତିକମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଛି । ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି ତେବେ ଦୁର୍ଘଟଣାର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ସୈନିକ ଥିବାବେଳେ ଅନ୍ୟମାନେ ସେନା କର୍ମଚାରୀ ହୋଇଥିବାର ଜଣାପଡିଛି । ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାୱଲପିଣ୍ଡିର କାଲୁ ଗାଁ ନିକଟରେ ଜନବସତି ନିକଟରେ ଏହି ବିମାନଟି ଖସିପଡିଥିଲା । ବିମାନଟି ପଡିବା ପରେ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ନିଆଁ ଲାଗିଯାଇଥିଲା । ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ ବିମାନଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିୟୋଜିତ ଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାକୁ ଦେଖି ରାୱଲପିଣ୍ଡିରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ତେବେ ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି ଯେ ସେନାର ଏହି ଛୋଟ ବିମାନରେ ଅଧିକ ସଂଖ୍ୟାରେ ଲୋକ ବସିଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ହୋଇଥିବାର ଆଶଙ୍କା କରାଯାଉଛି । କିନ୍ତୁ ଦୁର୍ଘଟଣାର ସଠିକ କାରଣ ଜଣାପଡିନାହିଁ ।

Advertisement