Tuesday, November 10, 2026
ADVERTISEMENT
Home ଆଞ୍ଚଳିକ କବିସୂର୍ଯ୍ୟନଗର ବିଧାୟିକାଙ୍କ କରୋନା ମୁକାବିଲା ସ୍ଥିତି ସମୀକ୍ଷା

କବିସୂର୍ଯ୍ୟନଗର ବିଧାୟିକାଙ୍କ କରୋନା ମୁକାବିଲା ସ୍ଥିତି ସମୀକ୍ଷା

184
ADVERTISEMENT

ବ୍ରହ୍ମପୁର,୨୮/୭,(ସୁଦାମ ମହାରଣା’) :କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସୋମବାର ଅପରାହ୍ନ ରେ ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେ ଆସି ୧୧ଟି ପଞ୍ଚାୟତରେ କରୋନା ମୁକାବିଲା ସ୍ଥିତି ସମୀକ୍ଷା କରିବା ସହ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।
କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ କରିବା ସହ ଚିକିତ୍ସାଧିନ ରୋଗୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସୁସ୍ଥ ହୋଇ ଫେରିଥିବା କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ବିଡିଓ ସିମାଞ୍ଚଳ ମହାନ୍ତି, ତହସିଲଦାର ଅରୁଣ କୁମାର ନାୟକ,ଏବିଡିଓ ମଧୁସୂଦନ ମହାରଣା, ସିଡିପିଓ ସବିତା ଚ୍ୟାଉପଟନାୟକ,ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ,ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।
ପୁରୁଷୋତ୍ତମପୁର ରେ ମୋଟ ପଜିଟିଭ୍ ସଖ୍ୟା୧୬୯ରେ ପହଞ୍ଚିଥିବା ବେଳେ ୧୨୦ଜଣ ସୁସ୍ଥ ହୋଇ ଫେରିଛନ୍ତି।ପୁରୁଷୋତ୍ତମପୁର ବ୍ଲକ ତରଫରୁ ୬ଟି ସଙ୍ଗ ରୋଧ କେନ୍ଦ୍ର ରେ ୯୯ଜଣ ପ୍ରବାସୀ ରହିଥିବା ସୂଚନା ମିଳିଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପି ନାରାୟଣ ରାଓ,ଚାଙ୍ଗୁଡିପଦରନୂଆ ଗାଁ ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ସାହୁ, ପିଣ୍ଟୁ ଦାସ ,ମାଧବ ଲେଙ୍କା, ଭଜମନ ବେହେରା, କୈଳାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Advertisement