Friday, September 18, 2026
ADVERTISEMENT
Home ଜାତୀୟ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏବଂ...

ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏବଂ ଇସ୍ରାଏଲ ରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

218
Union Minister for Defence, Shri Rajnath Singh
ADVERTISEMENT

ନୂଆଦିଲ୍ଲୀ,୨୫-୦୭{ପିଆଇବି}: ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେଞ୍ଜାମିନ ଗାଣ୍ଟଜଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି । ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗର ଅଗ୍ରଗତି ନେଇ ଉଭୟ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ପ୍ରତିରକ୍ଷା କାର୍ୟ୍ୟକ୍ରମକୁ ଅଧିକ ମଜଭୁତ କରିବାର ସମ୍ଭାବନା ଉପରେ ଆଲୋଚନା କରିଛନ୍ତି ।

କୋଭିଡ-୧୯ ମହାମାରୀର ମୁକାବିଲା ଦିଗରେ ଚାଲିଥିବା ଗବେଷଣା ଓ ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହା କେବଳ ଦୁଇ ଦେଶ ପାଇଁ ଲାଭଦାୟକ ନୁହେଁ ବରଂ ସମଗ୍ର ମାନବିକତା ପାଇଁ ମଧ୍ୟ ସହାୟକ ହେବ । ଭାରତରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ପାଇଁ ଇସ୍ରାଏଲ କମ୍ପାନୀଗୁଡିକୁ ପ୍ରତିରକ୍ଷା ମନ୍ତ୍ରୀ ଆମନ୍ତ୍ରଣ କରିଥିଲେ । କ୍ଷେତ୍ରୀୟ ବିକାଶ ଉପରେ ମଧ୍ୟ ଦୁଇ ମନ୍ତ୍ରୀ ମତ ବିନିମୟ କରିଥିଲେ । ଅତି ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ଶ୍ରୀ ରାଜନାଥ ସିଂଙ୍କ ନିମନ୍ତ୍ରଣକୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସ୍ୱୀକାର କରିଥିଲେ ।

Advertisement