Friday, September 18, 2026
ADVERTISEMENT
Home ଜାତୀୟ ଜୁଲାଇ ୨୨ରେ ଇଣ୍ଡିଆ ଆଇଡିଆଜ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଜୁଲାଇ ୨୨ରେ ଇଣ୍ଡିଆ ଆଇଡିଆଜ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

235
The Prime Minister, Shri Narendra Modi
ADVERTISEMENT

ନୂଆଦିଲ୍ଲୀ,୨୧-୦୭(ଡିଏଚ) : ଜୁଲାଇ ୨୨ରେ ହେବାକୁ ଥିବା ‘ଇଣ୍ଡିଆ ଆଇଡିଆଜ ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ ।

ଏହି ସମ୍ମିଳନୀ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଦ୍ୱାରା ଆୟୋଜିତ ହେଉଛି । ଚଳିତ ବର୍ଷ ପରିଷଦ ଗଠନର ୪୫ତମ ବାର୍ଷିକୀ ପାଳିତ ହେଉଛି । ଚଳିତ ବର୍ଷର ଇଣ୍ଡିଆ ଆଇଡିଆଜ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଉନ୍ନତ ଭବିଷ୍ୟତ ନିର୍ମାଣ’ ।

ଏହି ଭର୍ଚୁଆଲ ସମ୍ମିଳନୀରେ ଭାରତ ଓ ଆମେରିକା ସରକାରଙ୍କ ନୀତିନିର୍ମାତା, ବରିଷ୍ଠ ଅଧିକାରୀ, ବିଶିଷ୍ଟ ଉଦ୍ୟୋଗପତି ଓ ସମାଜର ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଭାଗ ନେବେ । ଅନ୍ୟ ପ୍ରମୁଖ ବକ୍ତାଙ୍କ ମଧ୍ୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର, ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ, ଭର୍ଜିନିଆ ସିନେଟର ତଥା ସିନେଟ ଇଣ୍ଡିଆ କକସର ସହ-ଅଧ୍ୟକ୍ଷ ମାର୍କ ୱାର୍ଣ୍ଣର, ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହାଲେ ପ୍ରମୁଖ ଭାଗ ନେବେ । ସମ୍ମିଳନୀରେ ମହାମାରୀ ପରବର୍ତ୍ତୀ ବିଶ୍ୱରେ ଭାରତ ଓ ଆମେରିକା ସହଯୋଗ ଓ ଭବିଷ୍ୟତ ସମ୍ପର୍କ ଆଦି ବିଭିନ୍ନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

Advertisement