କୋଦଳା,୧୬/୭,(ସୂର୍ଯ୍ୟନାରାୟଣ ବଡୁ) : -ଫାସି ଗ୍ରାମପଞ୍ଚାୟତ ଘେରିଲେ କ୍ଵରେନଟାଇନ ରେ ଥିବା ପ୍ରବାସୀ ଓଡ଼ିଆ ।କ୍ଵରେଣ୍ଟାଇନ ରେ ଯେଉମାନେ ଥିଲେ ସେମାନଙ୍କ ପାଈଁ ସରକାର ୨000/-ପ୍ରୋଛାହନ ରାଶି ଘୋଷଣା କରିଛନ୍ତି । କିନ୍ତୁ ଦିର୍ଘ ଦିନ ହେବ କ୍ଵରେଣ୍ଟାଇନରୁ ବାହାରି ନିଜ ନିଜ ଘରକୁ ଫେରିଥିଲେ ସୁଦ୍ଧା ଆଜିପର୍ଯନ୍ତ ପ୍ରାତ୍ସାହନ ରାଶି ନ ମିଳିବାରୁ ୫0ରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ବେଗୁନିଆପଡା ବ୍ଲକ ଫାସି ପଞ୍ଚାୟତ ସମ୍ମୁଖ ରଏ ପାଟିତୁଣ୍ଡ କରି ଧାରଣା ରେ ବସିଥିଲେ ।କୌଣଷି ସୂତ୍ର ରୁ ଖବର ପାଇ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଓ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ଏବଂ ନିର୍ବାହୀ ଅଧିକାରୀ ଦୁର୍ଜ୍ଯଧନ ସେଠୀଙ୍କ ସହିତ ଆଲୋଚନା କରି ପର୍ଯ୍ୟାୟ କ୍ରମେ ପ୍ରତ୍ୟକ ପ୍ରବାସୀ ଙ୍କ ଘରକୁ ଯାଇ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ପରାମର୍ଶ ଦେବା ପରେ ପ୍ରବାସୀ ଓଡ଼ିଆ ସେଠାରୁ ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଫାସି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ କରି ଗ୍ରାମକୁ ସମ୍ପୂର୍ଣ ସିଲ କରାଯାଇଛି । ଏବଂ ବହୁ ଦିନ ଧରି ସରପଞ୍ଚ ନବୀନ କୁମାର ଦଳେଇଙ୍କ ସ୍ବାସ୍ଥ୍ୟ ଖରାପ ହୋଇଅଛି ।ସେ କାର୍ୟାଳୟକୁ ମଧ୍ୟ ଆସିପାରୁ ନାହାନ୍ତି । ଯାହା ଫଳରେ ଟଙ୍କା ଉଠାଇ ବାଣ୍ଟିବା ସମ୍ଭବପର ହୋଇପାରୁ ନାହିଁ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । କିନ୍ତୁ ଯେନ ତେନ ପ୍ରକାରେ ଟଙ୍କା ବାଣ୍ଟିବା ପାଈଁ ଚେଷ୍ଟା କରୁଥିଲେ ସୁଧା ପ୍ରବାସୀ ଓଡ଼ିଆ ସାମାଜିକ ଦୂରତ୍ୱଓ ମାସ୍କ ପିନ୍ଧିବା କଥା ମାନୁନଥିବା ଅଭିଯୋଗ କରିଛନ୍ତି । ସେ ଯାହା ହେଉ ପ୍ରଶାସନର ହସ୍ତକ୍ଷ୍ଯପ ପରେ ସପ୍ତାହକ ମଧ୍ୟ ରେ ଅଙ୍ଗନବାଡିଙ୍କ ସହାୟତା ନେଇ ପର୍ଯ୍ୟ!ୟ କ୍ରମେ ସମସ୍ତ ଘର ଘର ବୁଲି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବି ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯକ୍ରମରେ ଥାନା ଅଧିକାରୀ , ତହସିଲଦାରଙ୍କ ସମେତ ଏସ୍ଆଇ ଆରତୀ ପରିଡା ଓ ଅନିଲ କୁମାର ସାହୁ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ ।



















