ଡାକ୍ତରଙ୍କ ଅବହେଳା ହେତୁ ମହିଳାଙ୍କ ପେଟରେ ଏକ ତଉଲିଆ ଛାଡ଼ି ଦେଇଥିବା ; ଏକ୍ସ-ରେ ପରେ ସାମ୍ନାକୁ ଆସିଲା ଡାକ୍ତରଙ୍କ ଏଭଳି କାରନାମା

149
ADVERTISEMENT

ବିହାର, ୨୮/୭ ଏଜେନସି : ବିହାରର ସାସାରାମ ଡାକ୍ତରଙ୍କ ଅବହେଳାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଆଠମାସ ପୂର୍ବରୁ ଜଣେ ମହିଳାଙ୍କ ପେଟର ଅସ୍ତ୍ରୋପଚାର କରିଥିଲେ । ଏହି ସମୟରେ ଅବହେଳା ହେତୁ ଡାକ୍ତର ମହିଳାଙ୍କ ପେଟରେ ଏକ ତଉଲିଆ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜଣାପଡ଼ିବା ପରେ ଅନ୍ୟ ଜଣେ ଡାକ୍ତର ମହିଳାଙ୍କ ପେଟର ପୁଣି ଅସ୍ତ୍ରୋପଚାର କରି ସେହି ତଉଲିଆକୁ ବାହାର କରିଥିଲେ । ସୂଚନାଯୋଗ୍ୟ, ସାସାରାମର ଏକ ଗ୍ରାମରେ ରହୁଥିବା ଜଣେ ମହିଳାଙ୍କ ପାଖାପାଖି ୮ମାସ ହେବ ସାସାରାମର ଜଣେ ଡାକ୍ତର ମହିଳାଙ୍କ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ମହିଳା ଘରକୁ ଚାଲି ଆସିଥିଲେ। କିନ୍ତୁ ତାଙ୍କ ପଟରେ ଯନ୍ତ୍ରଣା ଲାଗି ରହିଥାଏ । ମହିଳା ଏନେଇ ଅନେକ ଔଷଧ ମଧ୍ୟ ଖାଇଥିଲେ କିନ୍ତୁ ସୁଫଳ ମିଳି ନଥିଲା। ଶେଷରେ ସେ ଡାକ୍ତରଖାନା ଯାଇ ଏକ୍ସ-ରେ କରାଇ ଥିଲେ । ଏଥିରେ ତାଙ୍କ ପେଟ ଭିତରେ କିଛି ଥିବା ଡାକ୍ତର ଦେଖିବାକୁ ପାଇଥିଲେ । ସାସାରାମର ଡାକ୍ତର ଉପେନ୍ଦ୍ର ରାଏ ମହିଳାଙ୍କୁ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ଏକ ତଉଲିଆ ବାହାର କରିଥିଲେ । ଡାକ୍ତରଙ୍କ କହିବାନୁସାରେ, ଟେଟ୍ରା ନାମକ ଏହି ମେଡିକେଟେଡ ତଉଲିଆକୁ ଅସ୍ତ୍ରୋପଚାର ସମୟରେ ବ୍ୟବହାର କରାଯାଏ । ଡାକ୍ତରଙ୍କ ଅବହେଳା ହେତୁ ଏହା ମହିଳାଙ୍କ ପେଟ ଭିତରେ ହିଁ ରହି ଯାଇଥିଲା ।

Advertisement