Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ଆନୁସଂଗିକ ବ୍ୟବସ୍ଥା ନଥାଇ ପ୍ରଶାସନର ରୋଗ ଘଉଡ଼ାଇବାର ଲକ୍ଷ

ଆନୁସଂଗିକ ବ୍ୟବସ୍ଥା ନଥାଇ ପ୍ରଶାସନର ରୋଗ ଘଉଡ଼ାଇବାର ଲକ୍ଷ

381
ADVERTISEMENT

କୁକୁଡ଼ାଖଣ୍ଡି ,୧୨/୭,(ଇ.ରଞ୍ଜନ) :କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଂଚାୟତ ଏକ ବଡ଼ ପଂଚାୟତ ଏହି ପଂଚାୟତର ଲୋକପ୍ରାୟ ଧୀରସ୍ଥିର ଓ ସହିଷ୍ଣୁତା ବାତାବରଣରେ ଜୀବନଜାପାନ କରୁଥିବା ନେଇ ସେଠାକାର ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ମନମୁଖି ଶାସନ ଏହି ପଂଚାୟତ ର ସାହି ମାନଙ୍କ ରେ ଦୀର୍ଘ ଦିନଧରି ଅଳିଆ ଆବର୍ଜନାରେ ପରିପୂର୍ଣ ହୋଇଥିଲେ ମଧ୍ୟ୍ୟ ନିକଟସ୍ଥ ଜନପ୍ରତିନିଧି ୱାର୍ଡ ମେମ୍ବର ସମିତିମେମ୍ବର ଅବା ସରପଞ୍ଚ ଏହି ଅଞ୍ଚଳରେ ଦୈନିକ ଯିବାଆସିବା ପ୍ରତିଦିନ ଏହି ରାସ୍ତାରେ ଯିବାଆସିବା କରିଥାନ୍ତି ଏବଂ ସେହି ଅଂଚଳରେ ବସବାସ କରିଥାନ୍ତି କିନ୍ତୁ ଅଳିଆ ଆବର୍ଜନା ଗୁଡିକ ଜନପ୍ରତିନିଧି ମାନଙ୍କ ନଜରରେ ଆସୁଥିଲେ ମଧ୍ୟ ଗୁରୁତ୍ୱ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସେହି ପରି ଗ୍ରାମରେ ସରକାରୀ ଵିଧିବଧ ଅନୁଯାୟୀ ଗ୍ରାମ ରୋଗୀକଲ୍ୟାଣ ଯୋଜନା ମାଧ୍ୟମରେ ପାଣି ବିଶୋଧନ ପାଇଁ ହଜାରହଜାର ଟଙ୍କା ଆସୁଛି କିନ୍ତୁ ଗ୍ରାମର ସମସ୍ତ ସରକାରୀ ବେସରକାରୀ ସ୍ଥାପିତ କୂପଗୁଡିକରେ ନିୟମ ଅନୁଯାୟୀ ନିୟମିତ ବ୍ଲିଚିଙ୍ଗ ବ୍ୟବସ୍ଥା କରିବା ପାଇଁ କିନ୍ତୁ ତାହା ହେଉନଥିବା ଅଭିଯୋଗ ସହ ଗ୍ରାମରେ ଆଲୋକ ବ୍ୟବସ୍ଥା ଥାଇ ମଧ୍ୟ ଦୀର୍ଘଦିନ ଧରି ଆଲୋକିକରଣ ହେଉନଥିବାରୁ ରାତ୍ରସମୟ ରେ ଅନ୍ଧାରରେ ଜୀବନ ଜାପାନ କରୁଥିବା ହେତୁ ବିଗତ ଦିନ ରେ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିଲେ ମଧ୍ୟ ଥାନାରେ ଅଭିଯୋଗ ହୋଇନି କିନ୍ତୁ ବର୍ତମାନ ସମୟଟି ଚୋରଙ୍କ ପାଦୃଭାବ ଅଞ୍ଚଳରେ ବୃଦ୍ଧି ପାଉଥିବା ଯୋଗୁଁ ଭୟଭୀତ ଆଶଙ୍କା ମନରେ ଉଙ୍କିମାରୁଥିବା ପ୍ରକାଶ ପାଉଛି l ଗ୍ରାମରେ କୋଣଅନୁକୋଣରେ ଆବର୍ଜନା ଅତ୍ୟଧିକ ଥିବାରୁ ପରିବେଶ ସ୍ୱଚ୍ଛତାକୁ ନେଇ ଲୋକଙ୍କୁ ନାନା ରୋଗରେ ଶିକାର ହେବାର ବିଶେଷ ସମ୍ବାବନା ରହିଛି ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିଦେଇ ରୋଗ ଦାଉରୁ ରକ୍ଷା ପାଇଁ ଅଞ୍ଚଳବାସିଙ୍କ ଦାବି ହୋଇଛି l

Advertisement