Saturday, September 5, 2026
ADVERTISEMENT
Home ଜାତୀୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ଇଡି କାର୍ଯ୍ୟାଳୟ ପରିଶ୍ରାଗାରରୁ ଫେରାର ;

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ଇଡି କାର୍ଯ୍ୟାଳୟ ପରିଶ୍ରାଗାରରୁ ଫେରାର ;

507
ADVERTISEMENT

ନୂଆଦିଲ୍ଲୀ,୨୮/୭ ଏଜେନସି : ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଣଜା ରତୁଲ ପୁରୀ ଆଜି (ଶନିବାର) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟର ପରିଶ୍ରାଗାରରୁ ଲୁଚି ଫେରାର୍‌ ହୋଇଯିବା ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଇଡି କାର୍ଯ୍ୟାଳୟରୁ ଲୁଚି ଫେରାର୍‌ ହୋଇ ଯାଇଥିବା ରତୁଲଙ୍କର କୌଣସି ଖୋଜ୍‌ ଖବର ନ ପାଇବା ପରେ ତାଙ୍କୁ ତୁରନ୍ତ ଇଡି ସମ୍ମୁଖରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି । ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ୩,୬୦୦ କୋଟି ଟଙ୍କାର ଭିଭିଆପି ହେଲିକପ୍ଟର ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବା ରତୁଲ ପୁରୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହେବାପାଇଁ ନୋଟିସ୍‌ ଜାରି କରା ଯାଇଥିଲା। ନୋଟିସ୍‌ ମୁତାବକ ରତୁଲ ଆଜି ପୂର୍ବାହ୍ନରେ ଆସି ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଇଡି କାର୍ଯ୍ୟାଳୟରେ ଜଣେ ଅଧିକାରୀ ତାଙ୍କୁ ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ତାଙ୍କର ସଂପୃକ୍ତ ନେଇ ଜେରା କରିଥିଲେ । ପ୍ରଥମେ ରତୁଲ ଇଡି ଅଧିକାରୀଙ୍କ ସବୁ ପ୍ରଶ୍ନକୁ ଫାଙ୍କି ଚାଲିଥିଲେ। ହେଲେ, ଏହି ଦୁର୍ନୀତିରେ ତାଙ୍କର ସଂପୃକ୍ତି ନେଇ କିଛି ନିର୍ଦ୍ଦିଷ୍ଟ ଦଲିଲ୍‌ ଇଡି ଅଧିକାରୀ ତାଙ୍କୁ ଦେଖାଇ ଜେରା ଆରମ୍ଭ କରିବା ପରେ ହଡ଼ବଡ଼େଇ ଯାଇଥିଲେ ରତୁଲ। ପରେ ପରିଶ୍ରା ଲାଗୁଛି ବୋଲି କହି ଇଡି କାର୍ଯ୍ୟାଳୟ ମଧ୍ୟରେ ଥିବା ପରିଶ୍ରାଗାରକୁ ଯାଇଥିଲେ । ହେଲେ, ପରିଶ୍ରାଗାରକୁ ଯାଇଥିବା ବେଳେ ସେଠାରୁ ଲୁଚି ସେ ଫେରାର ହୋଇ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ପରିଶ୍ରାଗାରରୁ ନ ଫେରିବାରୁ ଇଡି ଅଧିକାରୀ ପରିଶ୍ରାଗାରକୁ ଯାଇ ତନଖି କରିଥିଲେ। କିନ୍ତୁ, ସେତେବେଳକୁ ରତୁଲ ପରିଶ୍ରାଗାରରୁ ଲୁଚି ଚାଲି ଯାଇଥିଲେ । ଏହାପରେ ଇଡି ଅଧିକାରୀ ତାଙ୍କ ମୋବାଇଲକୁ ଫୋନ୍‌ କରିଥିବା ବେଳେ ସେ ନିଜ ମୋବାଇଲକୁ ସୁଇଚ୍‌ ଅଫ୍‌ କରି ଦେଇଥିଲେ । ଏହି ଘଟଣା ପରେ ଆଜି ଇଡି କାର୍ଯ୍ୟାଳୟ ପକ୍ଷରୁ ରତୁଲ ପୁରୀଙ୍କ ନାମନେ ଏକ ସମନ ଜାରି କରାଯାଇ ତାଙ୍କୁ ତୁରନ୍ତ ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।


Advertisement