Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ପାରଳା ମହାରାଜା ଇଂଜିନିୟରିଂ କୋଭିଡ଼ ହସ୍ପିଟାଲରେ ଜଳାଭାବ

ପାରଳା ମହାରାଜା ଇଂଜିନିୟରିଂ କୋଭିଡ଼ ହସ୍ପିଟାଲରେ ଜଳାଭାବ

182
ADVERTISEMENT

ବ୍ରହ୍ମପୁର ୪/୭ (ବିଶ୍ୱରଞ୍ଜନ) : କରୋନା ପାଇଁ ସମସ୍ତେ ଚିନ୍ତିତ ଧୀରେ ଧୀରେ କରୋନା ତାର କାୟ ବିସ୍ତାର କରି ଚାଲିଛି । କରୋନା ମୁକାବିଲା ପାଇଁ ସରକାର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । କିନ୍ତୁ କରୋନା ନାଁ ରେ ଏବେ ଅତ୍ୟନ୍ତ ମୌଳିକ ସୁବିଧା ପ୍ରତି ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଶିତଳାପଲି ସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ପାନୀୟ ଜଳ ପାଈଁ ଅସୁବିଧାରର ସମ୍ମୁଖୀନ ହେଉଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କଲେ ମଧ କଛି ସୁଫଳ ମିଳୁ ନାହିଁ । ଫଳରେ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ଚୁପ୍ ହୋଇ ରହିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଯେଭଳି ଗୁରୁତ୍ଵ ଦେବ କଥା ଦେଉନଥିବା ଅଭିଯୋଗ ହୋଇଛି । ତେଣୁ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।

Advertisement