କୁକୁଡାଖଣ୍ଡି,୩/୭(ଇ.ରଞ୍ଜନ): କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଙ୍ଗା ପଞ୍ଚାୟତ ବି.ଜଗନ୍ନାଥପୁର ଗ୍ରାମରେ ଚାଲିଥିବା ଏକ ବାହାଘର ଭୋଜି ବନ୍ଦ କରିଛନ୍ତି ତହସିଲଦାର I ମିଳିଥିବା ସୂଚନା ମୁତାବକ କରୋନା କଟକଣାକୁ ଅବମାନନା କରି ଉକ୍ତ ଗ୍ରାମର ମହାଦେବ ପାତ୍ରଙ୍କ ଝିଅ ବାହାଘର ଚାଲିଥିଲା ଏବଂ ପାଖାପାଖି ୨00ରୁ ଅଧିକ ଲୋକଙ୍କ ପାଇଁ ଖାଇବା ପ୍ରସ୍ତୁତି କରିଥିଲେ I କୌଣସି ସୂତ୍ରରୁ ଖବର ପାଇ କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉକ୍ତ ବାହାଘର ଭୋଜିରେ ଚଢ଼ାଉ କରି ବର ଓ କନ୍ୟା ପକ୍ଷଙ୍କ ଠାରୁ ଦୁଇ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ I ଏବଂ ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ କୁକୁଡାଖଣ୍ଡି ଓ ବୋରିଙ୍ଗା ଅଞ୍ଚଳରେ ଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକର ପ୍ରବାସୀ ମାନଙ୍କ ମଧ୍ୟରେ ବାଣ୍ଟିଥିଲେ I





















