Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର କ୍ୟାବିନେଟ ବୈଠକ ପରେ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ନିଜ ପଦରୁ...

କ୍ୟାବିନେଟ ବୈଠକ ପରେ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ନିଜ ପଦରୁ ଇସ୍ତଫା ଦେବେ !

410
ADVERTISEMENT

ବେଙ୍ଗଲୁରୁ, ୧୧/୭ (ଡି.ଏଚ.ବି) : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଆଜି ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି। ଆଜି ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ ବୈଠକରେ ଯୋଗଦେବା ପରେ ସେ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ଭଲାଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ଏଚ ଡି କୁମାରସ୍ୱାମୀ ରାଜ୍ୟପାଳଙ୍କୁ ନିବେଦନ କରିପାରନ୍ତି । ଏଣେ ବାଗୀ ବିଧାୟକମାନଙ୍କ ଶୁଣାଣି ବି ଆଜି କରିବେ ସୁପ୍ରିମ୍ କୋର୍ଟ। ଏହାକୁ ଆଖି ଆଗରେ ରଖି ସେ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁମାରସ୍ୱାମୀ ଜେଡିଏସ ଅଧ୍ୟକ୍ଷ ଏଚ.ଡି. ଦେବେଗୌଡ଼ାଙ୍କୁ ଆଜି ସନ୍ଧ୍ୟାରେ ଭେଟିବାର କାର୍ଯ୍ୟକ୍ରମ ବି ରହିଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ବିଧାୟକମାନଙ୍କୁ ଇସ୍ତଫା ଦେବାକୁ ଚାପ ପକାଉଛନ୍ତି ବୋଲି କଂଗ୍ରେସ ନେତା ଏବଂ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଭିଯୋଗ ଆଣିଛନ୍ତି ।

Advertisement