ବେଙ୍ଗାଲୁରୁରେ ନିର୍ମାଣଧୀନ କୋଠା ଭୁଶୁଡ଼ି ଜଣେ ମୃତ, ଆଠ ଜଣ ଉଦ୍ଧାର ;

158
ADVERTISEMENT

ବେଙ୍ଗାଲୁରୁ,୧୦/୭ (ଡି.ଏଚ.ବି): ବୁଧବାର ସକାଳେ ପୁଲିକେଶୀ ନଗର ଅଞ୍ଚଳରେ ଗୋଟାଏ ନିର୍ମାଣଧୀନ କୋଠାଘର ଭାଙ୍ଗିପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ଏବଂ ଭଗ୍ନାଂଶ ମଧ୍ୟରୁ ଅନ୍ୟ ଆଠଜଣ ଲୋକଙ୍କୁ ଉଦ୍ଧାର କରାଯାଇ, ବାଓରିଙ୍ଗ୍‌ ଆଣ୍ଡ୍‌ ଲେଡି କର୍ଜନ୍‌ ହସ୍‌ପିଟାଲ୍‌କୁ ପଠାଯାଇଛି । ସକାଳ ପ୍ରାୟ ୬ଟା ବେଳେ ଏ ଭଳି ଅଘଟଣ ଘଟିଛି। ନିହତ ବ୍ୟକ୍ତି ହେଉଛନ୍ତି ବିହାରର ବାସିନ୍ଧା ଏବଂ ତାଙ୍କ ନାମ ହେଉଛି ଶମ୍ଭୁ କୁମାର । ସଦ୍ୟତମ ସୂଚନା ଅନୁସାରେ ସମ୍ପୃକ୍ତ ସ୍ଥାନରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଅଗ୍ନିଶମ ବିଭାଗ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ସିଭିଲ୍‌ ଡିଫେନ୍‌ସ୍‌ ଟିମ୍‌ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

Advertisement