Friday, September 25, 2026
ADVERTISEMENT
Home ଜାତୀୟ ଡିଜିଟାଲ ମିଡିଆ ମାଧ୍ୟମରେ ସମଗ୍ର ଦେଶରେ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଡିଜିଟାଲ ମିଡିଆ ମାଧ୍ୟମରେ ସମଗ୍ର ଦେଶରେ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

823
IC: IED
ADVERTISEMENT

ନୂଆଦିଲ୍ଲୀ: ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଆଜି ସାରା ଦେଶରେ ଇଲେକ୍ଟ୍ରୋନିକ ଓ ଡିଜିଟାଲ ଗଣମାଧ୍ୟମ ଜରିଆରେ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାରିବାରିକ ସଂପର୍କକୁ ଅଧିକ ନିବିଡ଼ କରିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଯୋଗ ସମସ୍ତଙ୍କୁ ନିକଟତର କରେ ଏବଂ ପରିବାରର ବୟସ୍କ, ଶିଶୁଙ୍କ ସମେତ ସମସ୍ତଙ୍କୁ ସୁସଂପର୍କରେ ବାନ୍ଧି ରଖେ । ଏଥିପାଇଁ ଚଳିତବର୍ଷ ଆନ୍ତର୍ଜାତିକ ଯୋଗ ଦିବସର ବାର୍ତ୍ତା ହୋଇଛି ‘ପରିବାର ସହିତ ଯୋଗ’ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଭିଡ-୧୯ ମୁଖ୍ୟତଃ ମଣିଷର ଶ୍ୱାସତନ୍ତ୍ରକୁ ସଂକ୍ରମିତ କରିଥାଏ । ପ୍ରାଣାୟମ ଦ୍ୱାରା ଶ୍ୱାସତନ୍ତ୍ର ମଜଭୂତ ହେବା ସହିତ ଶ୍ୱାସପ୍ରକ୍ରିୟା ଭଲଭାବେ କାମ କରେ । ସେ କହିଛନ୍ତି ଯେ, ଆମେ ଯଦି ଆମର ସ୍ୱାସ୍ଥ୍ୟ ଏବଂ ଆଶା ମଧ୍ୟରେ ସୁସମନ୍ୱୟ ରଖିପାରିବା ତେବେ ଅଚିରେ ସମଗ୍ର ମାନବ ଜାତି ଏକ ସୁସ୍ଥ ଓ ଆନନ୍ଦମୟ ବିଶ୍ୱ ଦେଖିପାରିବ । ଯୋଗ ଦ୍ୱାରା ଏହା ନିଶ୍ଚିତଭାବେ ସମ୍ଭବ ହୋଇପାରିବ ବୋଲି ମୋର ବିଶ୍ୱାସ ।

କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଆନ୍ତର୍ଜାତିକ ଯୋଗ ଦିବସରେ ଅଧିକ ଲୋକଙ୍କୁ ଗୋଟିଏ ଗୋଟିଏ ସ୍ଥାନରେ ଏକଜୁଟ କରି ଯୋଗାଭ୍ୟାସ କରିବାର ଅବକାଶ ନଥିବାରୁ ନିଜ ଘରେ ନିଜ ପରିବାର ସହ ଯୋଗାଭ୍ୟାସ କରିବାକୁ ଜନସାଧାରଣଙ୍କୁ ସରକାର ପ୍ରୋତ୍ସାହିତ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ଓ ଡିଜିଟାଲ ମିଡିଆର ସର୍ବାଧିକ ଉପଯୋଗ କରାଯାଇଥିଲା । ଏହା ମାଧ୍ୟମରେ ଲୋକେ ଅନ୍‌ଲାଇନାରେ ଯୋଗାଭ୍ୟାସ କରିଥିଲେ ।

ଏହି ଅବସରରେ ଆୟୁଷ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ କହିଛନ୍ତି ଯେ, ଆନ୍ତର୍ଜାତିକ ଯୋଗ ଦିବସ ଏକ ସର୍ବବୃହତ୍‌ ଜନଆନ୍ଦୋଳନରେ ପରିଣତ ହୋଇଛି । ଏବେ ବିଶ୍ୱର ପ୍ରତ୍ୟେକ ଦେଶ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳନ କରୁଛି ଏବଂ ସବୁଦେଶ ଭାରତର ସଂସ୍କୃତି ଓ ପରମ୍ପରାର ଏହି ଯୋଗକୁ ଏକ ଉତ୍ସବ ଭାବେ ଆଦରି ନେଇଛି । ଶ୍ରୀ ନାଏକ ଆହୁରି କହିଛନ୍ତି ଯେ, ଚଳିତବର୍ଷ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଜାରି କାଳରେ ଆନ୍ତର୍ଜାତିକ ଯୋଗ ଦିବସ ପଡିଥିବାରୁ ଆୟୁଷ ମନ୍ତ୍ରଣାଳୟ ଲୋକଙ୍କୁ ନିଜ ଘରେ ପରିବାର ସହ ଯୋଗାଭ୍ୟାସ କରିବାର ସୁଯୋଗ ଦେବାପାଇଁ ବିଭିନ୍ନ ପ୍ରକାର ଅନ୍‌ଲାଇନ, ହାଇବ୍ରିଡ ଅନ୍‌ଲାଇନ ବ୍ୟବସ୍ଥା ଯୋଗାଇ ଦେଇଥିଲା । ଏଥିପାଇଁ ଗତ ୩ମାସ ହେଲା ପ୍ରସ୍ତୁତି ଚାଲିଥିଲା । ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ‘ମାଇ ଲାଇଫ-ମାଇ ଯୋଗ’(ମୋ ଜୀବନ ମୋ ଯୋଗ) ଭିଡିଓ ବ୍ଲଗିଂ ପ୍ରତିଯୋଗିତା ଯୋଗ ସଂପର୍କରେ ଜନସଚେତନତା ସୃଷ୍ଟିରେ ସହାୟକ ହେବ ।

ଶ୍ରୀ ନାଏକ ଆହୁରି କହିଛନ୍ତି ଯେ, ଏହି ପ୍ରୟାସରେ ବହୁ ପ୍ରମୁଖ ଯୋଗ ପ୍ରତିଷ୍ଠାନ ତାଙ୍କ ମନ୍ତ୍ରଣାଳୟ ସହ ସାମିଲ ହୋଇଛନ୍ତି । ଗତ ଏକ ମାସ ଧରି ପ୍ରସ୍ତୁତି କାର୍ୟ୍ୟକ୍ରମକୁ ବିଶେଷ ଜୋରଦାର କରାଯାଇଥିଲା । ସାଧାରଣ ଯୋଗ କାର୍ୟ୍ୟକ୍ରମ ସିୱାଇପିରେ ଯୋଗ ତାଲିମ ଗୁରୁତ୍ୱ ପାଇଥିଲା । ଏହି ତାଲିମପ୍ରାପ୍ତ ବ୍ୟକ୍ତିବିଶେଷ ପ୍ରତିବର୍ଷ ଆନ୍ତର୍ଜାତିକ ଯୋଗ ଦିବସରେ ସାମିଲ ହୋଇ ଗଣ ଯୋଗାଭ୍ୟାସ କରିବା ସହ କାର୍ୟ୍ୟକ୍ରମରେ ସମନ୍ୱୟ ରକ୍ଷା କରିଥାନ୍ତି ।

କାର୍ୟ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚ କହିଥିଲେ ଯେ ନୂଆ ପରିବେଶରେ ଆନ୍ତର୍ଜାତିକ ଯୋଗ ଦିବସ ଏଥର ପରିବାର ମଧ୍ୟରେ ପାଳିତ ହୋଇଛି । ଏହା ମାଧ୍ୟମରେ ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଯାଇପାରିଛି । ତାଙ୍କ ମନ୍ତ୍ରଣାଳୟ ‘ଘରେ ଯୋଗ ଓ ପରିବାର ସହିତ ଯୋଗ’ କାର୍ୟ୍ୟକ୍ରମକୁ ଏଥର ପ୍ରୋତ୍ସାହିତ କରିଛି । ସେ କହିଛନ୍ତି ଯେ ଦୂରଦର୍ଶନରେ ପ୍ରତିଦିନ ସକାଳେ ସିୱାଇପି କାର୍ୟ୍ୟକ୍ରମ ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ଯୋଗାଭ୍ୟାସ କାର୍ୟ୍ୟକ୍ରମ ପ୍ରସାରଣର ମଧ୍ୟ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ, ଶିକ୍ଷାନୁଷ୍ଠାନ, ସରକାରୀ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପସଂସ୍ଥା, ସାଂସ୍କୃତିକ ସଂଗଠନ ଓ ବିଭିନ୍ନ ଗୋଷ୍ଠୀ ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିଲୋ । ନିଜ ଅନୁଷ୍ଠାନ ଓ ନିଜର କର୍ମଚାରୀଙ୍କ କଲ୍ୟାଣକଳ୍ପେ ବିଭିନ୍ନ ଉଦ୍ୟୋଗ ଓ ପ୍ରତିଷ୍ଠାନ ଆଗ୍ରହର ସହିତ ସହଯୋଗ ଯୋଗାଇ ଦେଇଥିଲେ । ୫୦ ଲକ୍ଷ ଲୋକଙ୍କ ପାଇଁ ଯୋଗ ସଂପର୍କିତ ତଥ୍ୟାବଳୀ ପ୍ରଦାନ କରୁଥିବା ଆୟୁଷ ସଂଜୀବନୀ ମୋବାଇଲ ଆପ୍‌ର ପ୍ରବର୍ତ୍ତନ ସଂପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ଏହାଦ୍ୱାରା ଲୋକମାନେ କରୋନା ମହାମାରୀର ମୁକାବିଲା ଏବଂ ନିଜର ସ୍ୱାସ୍ଥ୍ୟଗତ ଆବଶ୍ୟକତା ସଂପର୍କରେ ତଥ୍ୟ ପାଇପାରିବେ ।

ଏହି ଅବସରରେ ସାଧାରଣ ଯୋଗାଭ୍ୟାସ କାର୍ୟ୍ୟକ୍ରମ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ବିଶେଷଜ୍ଞ ପ୍ରଦର୍ଶନ କରିଥିଲେ । ଏହାପରେ ଯୋଗ ବିଶେଷଜ୍ଞଙ୍କ ଦ୍ୱାରା ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଦୂରଦର୍ଶନର ସବୁ ଚ୍ୟାନେଲରେ ଏହାକୁ ପ୍ରସାରଣ କରାଯାଇଥିଲା ।

Advertisement