ନିଟ ପରୀକ୍ଷା ସ୍ଥଗିତ ନେଇ ଉଠିଥିବା ଗୁଜବ ସମ୍ପର୍କରେ ଏନଟିଏର ସ୍ପଷ୍ଟିକରଣ

248
ADVERTISEMENT

ନୂଆଦିଲ୍ଲୀ,୧୭-୦୬(ଡିଏଚ) : ଜୁନ 15 ତାରିଖ ଦିନ ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ଭିତ୍ତିହୀନ ସର୍ବସାଧାରଣ ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିଛି । ଏହା ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି ।

ଏନଟିଏ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ଏଭଳି ଗୁଜବର ଉତ୍ସକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି । ଏପରି ଜନବିରୋଧୀ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ସର୍ବସାଧାରଙ୍କ ଗୋଚରାର୍ଥେ ଜଣାଇଦିଆଯାଉଛି ଯେ, ଏପରି କୌଣସି ନିଷ୍ପତ୍ତି ଏନଟିଏ କିମ୍ବା ଏଥିସହ ସଂଶ୍ଳିଷ୍ଟ କୌଣସି ସଂସ୍ଥା ଦ୍ଵାରା ନିଆଯାଇ ନାହିଁ । ଜନସାଧାରଣ ଏଭଳି କୌଣସି ବିଭ୍ରାନ୍ତିକର ତଥ୍ୟର ବଶବର୍ତ୍ତୀ ନହୋଇ ଏନଟିଏର ବିଭାଗୀୟ ୱେବସାଇଟ www.nta.ac.in କିମ୍ବା ntaneet.nic.inରେ ଲଗଅନ କରି ସଠିକ ତଥ୍ୟ ହାସଲ କରନ୍ତୁ । ଗତ ମେ’ 11 ତାରିଖ ଦିନ ଏନଟିଏ ପକ୍ଷରୁ ଦିଆଯାଇଥିବା ସର୍ବଶେଷ ତଥ୍ୟ ଏନଟିଏର https://data.nta.ac.in/Download/Notice/Notice20200511063520.pdf  ୱେବସାଇଟରେ ଉପଲବ୍ଧ । ପୁନଶ୍ଚ ସଠିକ ତଥ୍ୟ ପାଇବା ପାଇଁ ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ମାତାପିତା ଓ ସର୍ବସାଧାରଣଙ୍କୁ www.nta.ac.in କିମ୍ବା ntaneet.nic.in  ୱେବସାଇଟ ଲଗଅନ କରିବାକୁ ଅନୁରୋଧ କରାଯାଉଛି ।

Advertisement