ଵ୍ରହ୍ମପୁର ୧୩/୦୬ (ବିଶ୍ୱରଞ୍ଜନ): ତହସିଲଦାର ସିପକ ପାତ୍ର ଜଣେ କରୋନାର ଆଗଧାଡିର ଯୋଦ୍ଧା ଯଥା ବ୍ରହ୍ମପୁର ବଡମେଡିକାଲର ଡ଼ାକ୍ତର ସନ୍ତୋଷ କୁମାରଙ୍କୁ ସର୍ଟଡାଉନ ସମୟରେ ମେଡିକାଲ ଯିବା ରାସ୍ତା ରେ ଅଟକାଇ ଥିଲେ | ସେ ଜଣେ ଡ଼ାକ୍ତର ପରିଚୟ ଦେବା ସତ୍ୱେ ତାଙ୍କର କୌଣସି କଥା ଶୁଣିନଥିଲେ ଏବଂ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଏବଂ ଦୁର୍ବ୍ୟବହାର କରିବାକୁ ପଛେଇନଥିଲେ |ଏହି ଅଫିସରଙ୍କ ବିରୁଦ୍ଧରେ ତଳଦିନେ ସାଧାରଣ ଜନତା ଏବଂ ଆଇନଜୀବୀ କରିଥିବା ଅଭିଯୋଗର ସତ୍ୟ ସତ୍ୟତା ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି | ତେବେ ଏହି ଅଫିସରଙ୍କୁ ଏତେ ଦାବଙ୍ଗ ଗିରି ଦେଖେଇବା ପାଇଁ କିଏ ଅନୁମତି ଦେଇଛି ତାହା ଚର୍ଚ୍ଚାର ବିଷୟ | ଏହି ବିଷୟକୁ ନେଇ ଡାକ୍ତରଙ୍କ ମହଲରେ ଅସନ୍ତୋଷର ସୋର ଉଠିଛି ଏବଂ ଡାକ୍ତରଙ୍କ ପ୍ରତି ହେଇଥିବା ଦୁର୍ବ୍ୟବହାର ପ୍ରତିବାଦରେ ଡ଼ାକ୍ତର ସଂଘ ଆନ୍ଦୋଳନ ଧମକ ଦେଇଚନ୍ତି ଏବଂ ଏହି ବିଷୟରେ ଟ୍ୱଇଟ ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପାଲଙ୍କୁ ଅବଗତ କରିଛନ୍ତି ଏବଂ ସମ୍ପୃକ୍ତ ତହସିଦାର ଭୂଲମାଗନ୍ତୁ ଏବଂ ତାଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦୃଢ କାଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି ମଧ୍ୟ୍ୟ କରିଛନ୍ତି |



















