Friday, September 18, 2026
ADVERTISEMENT
Home ଜାତୀୟ ଲକଡାଉନ ଉଠିବା ସହ ବୃଦ୍ଧି ପାଉଛି ରେଳ ମାଲ ପରିବହନ

ଲକଡାଉନ ଉଠିବା ସହ ବୃଦ୍ଧି ପାଉଛି ରେଳ ମାଲ ପରିବହନ

254
Representational picture/india TV
ADVERTISEMENT

• ମେ’ ମାସରେ ଭାରତୀୟ ରେଳ ପରିବହନ କରିଛି ୮୨.୨୭ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ଯାହା ଏପ୍ରିଲ ମାସ ତୁଳନାରେ ଶତକତା ୨୫ ଅଧିକ
• ଏପ୍ରିଲ ପହିଲାରୁ ୯ ଜୁନ ମଧ୍ୟରେ ଭାରତୀୟ ରେଳ ଦେଶବ୍ୟାପୀ ୧୭୫.୪୬ ନିୟୁତ ଟନ ଅତ୍ୟାବଶ୍ୟକ ମାଲ ପରିବହନ କରିଛି
• ଯୋଗାଣ ବ୍ୟବସ୍ଥାକୁ ସକ୍ରିୟ ରଖିବା ପାଇଁ ମାର୍ଚ୍ଚ ୨୪ରୁ ଜୁନ ୯ ମଧ୍ୟରେ ଭାରତୀୟ ରେଳ ୩୧.୯୦ ଲକ୍ଷ ୱାଗନ ମାଲ ଯୋଗାଣ କରିଛି, ଏଥିରୁ ୧୭.୮୧ ଲକ୍ଷ ୱାଗନ ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ
• ମେଡିକାଲ ସାମଗ୍ରୀ, ଯନ୍ତ୍ରପାତି, ଖାଦ୍ୟ ଇତ୍ୟାଦି ପରିବହନ ପାଇଁ ମାର୍ଚ୍ଚ ୨୨ରୁ ଜୁନ ୯ ପର୍ୟ୍ୟନ୍ତ ଭାରତୀୟ ରେଳ ଚଳାଇଛି ୩,୮୬୧ଟି ପାର୍ସଲ ଟ୍ରେନ

ନୂଆଦିଲ୍ଲୀ,୧୧-୦୬ (ଡିଏଚ): କୋଭିଡ-୧୯ ଯୋଗୁଁ ଦେଶବ୍ୟାପୀ ଲକଡାଉନ କାଳରେ ଭାରତୀୟ ରେଳ ଏହାର ମାଲ ଓ ପାର୍ସଲ ସେବା ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ଲାଗିଛି । ଭିତ୍ତିଭୂମି କ୍ଷେତ୍ର ଓ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଉଦ୍ଦେଶ୍ୟରେ ଲକଡାଉନ ସତ୍ଵେ ମଧ୍ୟ ରେଳବାଇ ମାଲ ପରିବହନ କରି ଉଭୟ ଜନସାଧାରଣ ଓ କଳକାରଖାନାଗୁଡିକର ଆବଶ୍ୟକତା ପୂରଣ କରିଛି । ମେ’ ମାସରେ ଭାରତୀୟ ରେଳ ୮୨.୨୭ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିଛି, ଯାହାକି ଏପ୍ରିଲ ମାସର ପରିବହନ ହୋଇଥିବା ୬୫.୧୪ ନିୟୁତ ଟନ ତୁଳନାରେ ଶତକଡା ୨୫ ଭାଗ ଅଧିକ । ଏପ୍ରିଲ ପହିଲାରୁ ଆଜି ପର୍ୟ୍ୟନ୍ତ ଭାରତୀୟ ରେଳ ୧୭୫.୪୬ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ନୀରବଚ୍ଛିନ୍ନ ଭାବେ ଯୋଗାଣ କରିଛି । ମାର୍ଚ୍ଚ ୨୪ଠାରୁ ଆଜି ପର୍ୟ୍ୟନ୍ତ ଯୋଗାଣ ବ୍ୟବସ୍ଥାକୁ ସକ୍ରିୟ ରଖିବା ପାଇଁ ଭାରତୀୟ ରେଳ ୩୧.୯୦ ଲକ୍ଷ ୱାଗନ ମାଲ ଯୋଗାଇଛି । ସେଥିରୁ ୧୭.୮୧ ଲକ୍ଷ ୱାଗନ ଖାଦ୍ୟ ଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ, ପନିପରିବା, ପେଟ୍ରୋଲ ଜାତ ସାମଗ୍ରୀ, କୋଇଲା ଓ ସାର ଭଳି ଅତ୍ୟାବଶ୍ୟକ ଜିନିଷ । ଏପ୍ରିଲ ପହିଲାରୁ ଆଜି ପର୍ୟ୍ୟନ୍ତ ରେଳବାଇ ୧୨.୫୬ ଲକ୍ଷ ଟନ ଖାଦ୍ୟ ଶସ୍ୟ ପରିବହନ କରିଛି ଯାହାକି ଗତ ବର୍ଷର ୬.୭ ଲକ୍ଷ ଟନ ଅଧିକ । ଏହା ବ୍ୟତୀତ ୨୨ ମାର୍ଚ୍ଚ ଠାରୁ ଆଜି ପର୍ୟ୍ୟନ୍ତ ଭାରତୀୟ ରେଳ ୩,୮୬୧ଟି ପାର୍ସଲ ଟ୍ରେନ ଚଳାଇଛି । ସେଥିରୁ ୩,୭୫୫ଟି ନିୟମିତ ଟ୍ରେନ ଶ୍ରେଣୀର ଅନ୍ତର୍ଭୁକ୍ତ । ଏହି ପାର୍ସଲ ଟ୍ରେନଗୁଡିକରେ ୧,୩୭,୦୩୦ ଟନ ସାମଗ୍ରୀ ପଠାଯାଇଛି । କୋଭିଡ-୧୯ କାଳରେ ଔଷଧପତ୍ର ସାମଗ୍ରୀର ଗୁରୁତ୍ଵ ଦୃଷ୍ଟିରୁ ସେଗୁଡିକ ମଧ୍ୟ ପରିବହନ କରାଯାଇଛି । କେତେକ ବଛା ବଛା ରାସ୍ତାରେ ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିବା ପାଇଁ ଚଳାଯାଇଛି ।

ଏହି ପାର୍ସଲ ସ୍ଵତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଆଞ୍ଚଳିକ ରେଳବାଇ ମଣ୍ଡଳଗୁଡିକ ବିଭିନ୍ନ ରୁଟ ପରିଚାଳନା ଭାର ନେଇଥିଲେ । ବର୍ତ୍ତମାନ ୯୬ଟି ରୁଟରେ ଏହି ଟ୍ରେନଗୁଡିକ ଚଳାଚଳ କରୁଛି । ଯେଉଁ ରୁଟଗୁଡିକ ଏଥିପାଇଁ ଚିହ୍ନଟ ହୋଇଛି ସେଗୁଡିକ ହେଲା –

୧) ଦେଶର ପ୍ରମୁଖ ସହରଗୁଡିକ ସହ ନିୟମିତ ସଂଯୋଗ, ତାହା ହେଉଛି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ

୨) ରାଜ୍ୟ ରାଜଧାନୀରୁ ଦେଶର ସମସ୍ତ ପ୍ରମୁଖ ମହାନଗରୀ ସହ ଯୋଗାଯୋଗ

୩) ଦେଶର ଉତ୍ତରପୂର୍ବାଞ୍ଚଳ ସହ ସଂଯୋଗୀକରଣର ସୁନିଶ୍ଚିତତା

୪) ବଳକା ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ସ୍ଥାନ (ଗୁଜରାଟ, ଆନ୍ଧ୍ରପ୍ରଦେଶ)ରୁ ଚାହିଦା ଥିବା ଅଞ୍ଚଳକୁ ଯୋଗାଣ

୫) ଅତ୍ୟାବଶ୍ୟକ ସାମଗ୍ରୀ (କୃଷିଜାତ ଦ୍ରବ୍ୟ, ଔଷଧପତ୍ର ଓ ମେଡିକାଲ ଯନ୍ତ୍ରାଂଶ)ଗୁଡିକର ଉତ୍ପାଦିତ ଅଞ୍ଚଳରୁ ଦେଶର ଅନ୍ୟଭାଗକୁ ଯୋଗାଣ

ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣରେ ଯେପରି ବ୍ୟାହତ ନହୁଏ ସେଥିପାଇଁ ବିଭିନ୍ନ ରେଳବାଇ ଗୋଦାମ, ଷ୍ଟେସନ ଓ ନିୟନ୍ତ୍ରଣ କାର୍ୟ୍ୟାଳୟରେ କର୍ମଚାରୀମାନେ ଅହୋରାତ୍ର କାର୍ୟ୍ୟ କରୁଛନ୍ତି । ବାହାନ ଚାଳକ ଏବଂ ସୁରକ୍ଷା କର୍ମୀମାନେ ଦକ୍ଷତା ସହ ଟ୍ରେନ ଚଳାଇଛନ୍ତି । ଟ୍ରାକ, ସିଗନାଲ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କର୍ମଚାରୀ ରେଳଗୁଡିକର ନିରବଚ୍ଛିନ୍ନ ଯାତ୍ରାକୁ ସୁନିଶ୍ଚିତ କରିଛନ୍ତି ।

Advertisement