Tuesday, September 8, 2026
ADVERTISEMENT
Home ଖେଳ ମନ୍ଦିରରୁ ଦରଘା ସବୁଠି ଭାରତ ପାଇଁ ଚାଲିଛି ପ୍ରାର୍ଥନା

ମନ୍ଦିରରୁ ଦରଘା ସବୁଠି ଭାରତ ପାଇଁ ଚାଲିଛି ପ୍ରାର୍ଥନା

972
ADVERTISEMENT

ପ୍ରୟାଗରାଜ:୯/୭ (ଡି.ଏଚ.ବି) ମାଞ୍ଚେଷ୍ଟରରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ | ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ବିରାଟ ବାହିନୀ ସଂଘର୍ଷ କରିବ | ତେବେ ଏହାକୁ ନେଇ ଭାରତୀୟ ଫ୍ୟାନମାନେ ଉତ୍ସାହିତ ହୋଇପଡିଛନ୍ତି | ଉତ୍ତରପ୍ରଦେଶର ପ୍ରୟାଗରାଜରେ କିଛି କ୍ରୀଡ଼ାପ୍ରେମୀ ସଙ୍ଗମସ୍ଥଳୀରେ ପ୍ରାର୍ଥନା କରିଛନ୍ତି | ସେହିପରି ଆଉ କିଛି କ୍ରୀଡ଼ାପ୍ରେମୀ ଦରଘାରେ ଚାଦର ଚଢ଼ାଇଛନ୍ତି | ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଯାଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନ ପ୍ରଦର୍ଶନରେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରେ ପରସ୍ପରକୁ ୭ ଥର ଭେଟିଛନ୍ତି। ସେଥିମଧ୍ୟରୁ ଭାରତ ୩ ଏବଂ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛି। ଦିନିକିଆ ପ୍ରଦର୍ଶନକୁ ବିଚାରକୁ ନେଲେ ଉଭୟ ଦଳ ୧୦୬ ଦିନିକିଆରେ ଲଢ଼େଇ କରିଛନ୍ତି।
ସେଥିମଧ୍ୟରୁ ଭାରତ ୫୫ ଏବଂ ନ୍ୟୁଜିଲାଣ୍ଡ ୪୫ଟିରେ ବିଜୟୀ ହୋଇଛି। ତେବେ କେବଳ ପ୍ରୟାଗରାଜ ନୁହେଁ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ କ୍ରିକେଟପ୍ରେମୀ ମଧ୍ୟ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି | ଭାରତ ଇଂଲଣ୍ଡଠାରୁ ହାରିବା ପରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ପହଂଚିଛି |

Advertisement