କାଶ୍ମୀର ସଂପର୍କରେ ଜାତିସଂଘ ମାନବ ଅଧିକାର ଅଫିସ ରିପୋର୍ଟକୁ ମିଥ୍ୟା ବୋଲି କହିଲା ଭାରତ;

201
ADVERTISEMENT

ନୂଆଦିଲ୍ଲୀ,୮/୭(ଡି.ଏଚ.ବି) : ଜାମ୍ମୁ ଓ କାଶ୍ମୀରର ପରିସ୍ଥିତି ସମ୍ପର୍କରେ ଜାତିସଂଘ ମାନବ ଅଧିକାର କମିଶନର ରିପୋର୍ଟକୁ ଖଣ୍ଡନ କରିଛି ଭାରତ । ପୂର୍ବରୁ ପ୍ରଚଳିତ ମିଥ୍ୟା ପ୍ରଚାରର ଏହା ଏକ ଅଂଶ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି । ଗତ ବର୍ଷ ମିଳିତ ଜାତିସଂଘର ମାନବ ଅଧିକାର କମିଶନରଙ୍କ ଅଫିସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଭାରତୀୟ ସେନା କାଶ୍ମୀରରେ ମାନବ ଅଧିକାରର ବ୍ୟାପକ ଖଣ୍ଡନ କରୁଥିବା କୁହାଯାଇଥିଲା । ଏହାକୁ ନେଇ ଭାରତ ସରକାର ଓ ଭାରତୀୟ ସେନା ପ୍ରବଳ ଆପତ୍ତି ଉଠାଇଥିଲେ । ଆଜି ଏହି ରିପୋର୍ଟର ଏକ ସଦ୍ୟତମ ସଂସ୍କରଣ ପ୍ରକାଶପାଇଛି । ଏଥିରେ କୁହାଯାଇଛି ଯେ ଗତ ବର୍ଷ କାଶ୍ମୀରକୁ ନେଇ ଉଠାଯାଇଥିବା ଉଦବେଗଗୁଡ଼ିକ ଉପରେ ଉଭୟ ଭାରତ ଓ ପାକିସ୍ତାନ କୌଣସି କାମ କରିନାହାନ୍ତି । ଏହି ରିପୋର୍ଟକୁ ଖାରଜ କରି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଏହି ରିପୋର୍ଟରେ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ପ୍ରଚାର ଅବ୍ୟାହତ ରହିଛି । ଏଥିରେ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କୌଣସି ଉଲ୍ଲେଖ ନାହିଁ ।

Advertisement