ମୁମ୍ବାଇ,୮/୭(ଡି.ଏଚ.ବି): ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍)ର ମୁଖ୍ୟ ରାଜ୍ ଠାକ୍ରେ ସୋମବାର ଦିଲ୍ଲୀଠାରେ ନିର୍ବାଚନ କମିସନରଙ୍କୁ ଭେଟିପାରନ୍ତି ବୋଲି ଅନୁମାନ କରାଯାଉଛି । ନିର୍ବାଚନ କମିସନଙ୍କୁ ଦେଖା କରି ସେ ଇଭିଏମ୍ ସଂପର୍କିତ ଅଭିଯୋଗ କରିବେ ବୋଲି ଜଣପାଡ଼ିଛି। ରାଜ୍ ଠାକ୍ରେ ଗତ ୧୪ ବର୍ଷ ଭିତରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରୁଛନ୍ତି, ବୋଲି ସୂଚନା ରହିଛି । ପୂର୍ବରୁ ରାଜ୍ ଠାକରେ ନିର୍ବାଚନ କମିସନଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ‘ଗତ କିଛି ବର୍ଷ ହେବ ଇଭିଏମ୍ ତ୍ରୁଟିକୁ ନେଇ ଅନେକ ଅଭିଯୋଗ ହୋଇଛି । ଅନେକ ଲୋକ ଇଲେକ୍ଟ୍ରିକ୍ ଭୋଟିଂ ମେସିନ୍କୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ, ଆମେ ରାଜ୍ୟରେ ହେବାକୁ ଥିବା ଆସନ୍ତା ବିଧାନସଭାରେ ବାଲାଟ ପେପର୍ ଜରିଆରେ ଭୋଟ୍ ଗଣନା ଚାହୁୁଁଛୁ । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବରେ ହେବ ବୋଲି ସ୍ଥିର ହୋଇଛି । ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି।