ଏଣିକି ରାସ୍ତାରେ ଅଜଣାଗାଡ଼ି ଧକ୍କାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାରକୁ ମିଳିବ ସରକାର ସହାୟତା ;

276
ADVERTISEMENT

ଭୁବନେଶ୍ୱର, ୮/୭(ଡି.ଏଚ.ବି): ଏଣିକି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଯଦି କେହି ଆହତ ହୁଅନ୍ତି କିମ୍ବା କାହାର ମୃତ୍ୟୁ ହୋଇଯାଏ, ତେବେ ଆହତ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାର ସହାୟତା ମିଳିବ ବୋଲି ଘୋଷଣା କରାଯାଇଛି। ତେବେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏହି ସହାୟତା ମିଳିବ ବୋଲି ସଡକ ସୁରକ୍ଷା ପରିଷଦ ବୈଠକ ପରେ ବାଣିଜ୍ୟ ଓ ପରିବହନ ସଚିବ ସୋମବାର ଏହାର ସୂଚନା ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ସଚିବଙ୍କ କହିବାନୁସାରେ, ରାଜ୍ୟରେ ଦୁର୍ଘଟଣା ବଢିବାରେ ଲାଗିଛି । ବିଶେଷ କରି ମଦ୍ୟପାନ ଏବଂ ମୋବାଇଲ ଜନିତ କାରଣରୁ ଦୁର୍ଘଟଣା ବଢି ଚାଲିଛି । ଚଳିତବର୍ଷ ଏହି ହାର ୧୦ ପ୍ରତିଶତ ବଢିଛି। ତେବେ ଦୁର୍ଘଟଣା ରୋକିବାକୁ ଏହି ପଦକ୍ଷେପ ନିଆଯାଉଛି ବୋଲି ସଚିବ ସୂଚନା ଦେଇଛନ୍ତି ।

Advertisement