Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ସମବାୟ ସମିତି ତରଫରୁ ବିହନ ବଣ୍ଟନ

ସମବାୟ ସମିତି ତରଫରୁ ବିହନ ବଣ୍ଟନ

585
ADVERTISEMENT

ଖଜୁରୀପଡ଼ା,୨୬/୫(ଅନନ୍ତ କୁମାର ଦିଗାଲ):ଖଜୁରୀପଡ଼ା ସଦରମହକୁମା ସ୍ଥିତ ବ୍ରୁହଦାକାର ସମବାୟ ସମିତି ଲିମିଟେଡ ଅଧିନସ୍ଥ ୭୧ ଜଣ ଚାଷୀ ଙ୍କୁ ଧାନ ବିହନ ପ୍ରଦାନ କରାଯାଇଛି।ଖଜୁରୀପଡ଼ା ସମବାୟ ସମିତି ଲିମିଟେଡ କୁ ୪୫ କ୍ୱିଣ୍ଟାଲ ବିଭିନ୍ନ କିଷମ ର ବିହନ ଆସିଥିବା ବେଳେ ବଣ୍ଟନ ଶୁଭାରମ୍ଭ ପରେ ଅନ୍ୟ ଚାଷୀ ମାନଙ୍କୁ ବିହନ ବଣ୍ଟନ ସମ୍ପର୍କରେ ଲ୍ୟାମ୍ପସେସ ତରଫରୁ ସୁଚନା ଦିଆଯାଇ ବିହନ ପ୍ରଦାନ କରାଯିବ ବୋଲି ପରିଚାଳନା ନିର୍ଦେଶକ କୃପାସିନ୍ଧୁ ସାହୁ ସୁଚନା ପ୍ରଦାନ କରିଛନ୍ତି।ବିହନ ବଣ୍ଟନ କାର୍ଯ୍ୟକ୍ରମ ରେ ମ୍ୟାନେଜର ସତ୍ଯ ନାରାୟଣ ସାହୁ ପ୍ରଭାକର ମଲିକ ଚକ୍ରପାଣି ମୁଖି ପ୍ରଫୁଲ୍ଲ ବେହେରା ଅକ୍ଷୟ ମହାପାତ୍ର ଜ୍ଞାନ ପ୍ରକାଶ ପ୍ରଧାନ କାଜଲ ବେହେରା ପୂର୍ଣଚନ୍ଦ୍ର ମଲିକ ଲାଲବାହାଦୁର ବେହେରା ସଂଜୟ ବେହେରା ଭ୍ରମର ବେହେରା ପ୍ରମୁଖ ଉପସ୍ଥିତ ରହି ବିହନ ବଣ୍ଟନ ଆରମ୍ଭ କରିଥିଲେ।ଚଳିତ ବର୍ଷ ମୌସୁମୀ ଠିକ୍ ସମୟରେ ଆସୁଥିବା ନେଇ ଚାଷୀ ଖୁସି ଥିବା ବେଳେ ବିଭିନ୍ନ ପ୍ରକାରର ବିହନ ପାଇଁ ଚାଷୀ ମାନଙ୍କ ଆଗ୍ରହ ବଢୁଥିବା ଦେଖାଯାଇଛି I

Advertisement