Tuesday, November 10, 2026
ADVERTISEMENT
Home ଆଞ୍ଚଳିକ କେରଳରୁ ୧ ଲକ୍ଷ ୯୫ ହଜାର୍ ଟଙ୍କାରେ ଗାଡ଼ିଭଡ଼ା କରି କନ୍ଧମାଳ ଆସିଛନ୍ତି ୩୦ ଜଣ...

କେରଳରୁ ୧ ଲକ୍ଷ ୯୫ ହଜାର୍ ଟଙ୍କାରେ ଗାଡ଼ିଭଡ଼ା କରି କନ୍ଧମାଳ ଆସିଛନ୍ତି ୩୦ ଜଣ ପ୍ରବାସୀ ଓଡ଼ିଆ

908
ADVERTISEMENT

ଫୁଲବାଣୀ,୨୬/୫(ଅଂଶୁମାନ ପ୍ରିୟଦର୍ଶନ):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା , ଟିକାବାଲି ବ୍ଲକ୍ ଏବଂ ଢେ଼ଙ୍କାନାଳ ଅଞ୍ଚଳର ପ୍ରବାସୀ ଓଡ଼ିଆ ୧ ଲକ୍ଷ ୯୫ ହଜାର୍ ଟଙ୍କାରେ ଗାଡ଼ିଭଡ଼ା କରି କନ୍ଧମାଳ ଫେରୁଛନ୍ତି ୩୦ ପ୍ରବାସୀ । ହେଲେ ଦୁଃଖର କଥା ଯେ ତାଙ୍କୁ ସେଇ ଗାଡ଼ି ମାଲିକ କନ୍ଧମାଳ ଜିଲ୍ଲାରେ ଛାଡ଼ିବା ବଦଳରେ ଖୋର୍ଦ୍ଧା ରେ ଛାଡ଼ି ଦେବାପାଇଁ କହୁଥିବାରୁ ପ୍ରବାସୀ ମାନେ ଅସନ୍ତୋଷ ପ୍ରକାଶ କରି ଭିଡ଼ିଓ କରି ମୋବାଇଲ ଯୋଗେ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରୁଛନ୍ତି କିପରି କନ୍ଧମାଳ ଜିଲ୍ଲାକୁ ପହଞ୍ଚିବୁ । ଏଠି ପ୍ରଶ୍ନ ଉଠୁଛି ଯେ ସରକାର ଦେଇଥିବା ପ୍ରତିଶୃତି ଗଲା କୁଆଡ଼େ ?। ଫଳରେ ଗରିବ ନିରୀହ ପ୍ରବାସୀ ତାଙ୍କ ଝାଳବୁହା ଟଙ୍କାରେ ଘରକୁ ଫେରୁଛନ୍ତି ।

Advertisement