Wednesday, September 23, 2026
ADVERTISEMENT
Home ଜାତୀୟ ବାଛୁରୀ ହତ୍ୟାକାରୀକୁ ୧୦ ବର୍ଷ ଜେଲ୍‌ ଓ ୧ ଲକ୍ଷ ଟଙ୍କା ଜରିମାନା

ବାଛୁରୀ ହତ୍ୟାକାରୀକୁ ୧୦ ବର୍ଷ ଜେଲ୍‌ ଓ ୧ ଲକ୍ଷ ଟଙ୍କା ଜରିମାନା

365
ADVERTISEMENT

ଅହମଦାବାଦ, ୮/୭ (ଡି.ଏଚ.ବି) : ବାଛୁରୀ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ଗୁଜରାଟର ରାଜକୋଟ ଜିଲ୍ଲାସ୍ଥିତ ଏକ ଅଦାଲତ ୧୦ ବର୍ଷ ଜେଲ୍‌ ଦଣ୍ଡ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଶନିବାର ଦିନ ଆଡିସ୍‌ନାଲ୍‌ ଡିଷ୍ଟ୍ରିକ୍ଟ୍ ଆଣ୍ଡ୍‌ ସେସନ୍‌ ଜଜ୍‌ ଏଚ୍‌କେ ଦାେଓ୍ଵ ଗୁଜରାଟ ଆନିମଲ୍‌ ପ୍ରିଭେନ୍‌ସନ୍‌ ଆକ୍ଟ୍‌ ୨୦୧୭ ଆଧାରରେ ବାଛୁରୀ ହତ୍ୟାକାରୀ ସଲିମ ମକ୍‌ରାନୀଙ୍କ ପ୍ରତି ଏଭଳି ଦଣ୍ଡ ବିଧାନ କରିଛନ୍ତି। ଏ ବର୍ଷ ଜାନୁଆରି ମାସରେ ସତ୍ତାର କୋଲିୟା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏଫ୍‌ଆଇଆର୍‌ ଦାଏର ହୋଇଥିଲା। ସେଥିରେ ସେ ଦର୍ଶାଇ ଥିଲେ କି, ମକରାନି ତାଙ୍କ ବାଛୁରୀ ଚୋରାଇ ନେବା ବାହାନାରେ, ନେଇ ତାକୁ ମାରି ତାଙ୍କ ଝିଅ ବାହାଘର ଭୋଜିରେ ପରିବେଷଣ କରିଛନ୍ତି। ମକରାନିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପୂର୍ବରୁ ସାକ୍ଷୀଙ୍କ ବୟାନ ଏବଂ ଫୋରେନ୍‌ସିକ୍‌ ରିପୋର୍ଟକୁ ମଧ୍ୟ ବିଚାରକୁ ନିଆଯାଇଥିଲା । ସଦ୍ୟ ସଂଶୋଧିତ ଆଇନ୍‌ ଅନୁସାରେ, ଏହି ଦଣ୍ଡବିଧାନ ସମ୍ଭବତଃ ପ୍ରଥମ।

Advertisement