କୋଦଳା,୧୧-୦୫(ସୂର୍ଯ୍ୟ ନାରାୟଣ ବୁଡୁ):-ବର୍ତ୍ତମାନ ଗଞ୍ଜାମ ଜିଲ୍ଳା ରେ ମହାମାରୀ କରୋନାର ପ୍ରଭାବ ବ୍ରୂଦ୍ଧି ପାଇବା ପରେ ଏନଏସି ଓ ଅଗ୍ନୀଶମ ବିଭାଗ ତତ୍ପର ହୋଇ ଉଠିଛି ।ଏହାକୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ନିର୍ଦ୍ଦେଶ ତଥା ସାନିଟେସନ ଏକ୍ସପୋଟର ଚନ୍ଦ୍ର ମାରାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ କୋଦଳା ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିଶମ ଅଧିକାରୀ ସୂର୍ଯ୍ୟୟ କୁମାର ହେମ୍ବ୍ରମ ଙ୍କ ନେତ୍ରୁତ୍ଵ ରେ କୋଦଳା ର ଦମକଳ କେନ୍ଦ୍ର ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକେନ୍ଦ୍ର,ତହସିଲ,ଥାନା,ଦୁଇ ପେଟ୍ରୋଲ ପମ୍ପ,କଲ୍ୟାଣ ମଣ୍ଡପ ସଙ୍ଗରୋଧ ଗ୍ରୁହ,ସମେତ ବସଷ୍ଟାଣ୍ଡ, କୋର୍ଟ ମୁକ୍ଷ୍ଯ ରାସ୍ତା ଓ ବିଭି୍ନ୍ନ ଅନୁଷ୍ଠାନ ମାନଙ୍କ ରେ ବିଶୋଧନ କାର୍ଯ୍ୟ ସମାପନ କରାଯାଇଥିଲା। ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଙ୍କ ସମେତ ସମସ୍ତ ଏନଏସି ଓ ଅଗ୍ନୀଶମ ବିଭାଗ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିଥିଲେ ।



















