Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଅଧିକାରୀଙ୍କୁ ୱାରିୱାର ମାନପତ୍ର ଦେବା ସହ ଅଭିନଵ ପ୍ରୟାସରେ କରୋନା ପାଇଁ ସଚେତନ

ଅଧିକାରୀଙ୍କୁ ୱାରିୱାର ମାନପତ୍ର ଦେବା ସହ ଅଭିନଵ ପ୍ରୟାସରେ କରୋନା ପାଇଁ ସଚେତନ

440
ADVERTISEMENT

କନ୍ଧମାଳ,୨।୫( ସୁରେଶ କୁମାର ପଣ୍ଡା) : କନ୍ଧମାଳ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ମୁକାବିଲା ପାଇଁ ଲଢ଼ୁଥିବା ଅଧିକାରୀଙ୍କୁ କରୋନା ୱାରିୱାର ମାନପତ୍ର ଦେଇ ସମ୍ମାନିତ କରିବା ଏହି ମାନପତ୍ର ଆଜି ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସୁରଙ୍କୁ ମାନପତ୍ର ଦିଆଯାଇଛି । ଏହା ସହ କରୋନାର ସଚେତନ ପାଇଁ ବାଲିଗୁଡ଼ା ବିଜେପି ତରଫରୁ ଏକ ଅଭିନଵ ପ୍ରୟାସରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଯାହା କି ଏହାଦ୍ୱାରା ଲୋକଙ୍କୁ ସୁବିଧା ମିଳିବାସହ ଏ କରୋନା ଭୁତାଣୁ ମୁକାବିଲା କରିବାରେ ବହୁତ ସହଯୋଗ କରିବ ବୋଲି ଆଶା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାରମ୍ବାର କହି ଆସୁଛନ୍ତି ସାମାଜିକ ଦୂରତା ବଜାୟ ରଖ ଓ ଘର ଭିତରେ ସୁରକ୍ଷିତ ରୁହନ୍ତୁ ଆବଶ୍ୟକ ହେଲେ ଘରୁ ବାହାରନ୍ତୁ ଏଥି ପାଇଁ ଆଜି ଲୋକଙ୍କୁ ଛତା ମାଧ୍ୟମରେ ସଚେତନ କରିଛନ୍ତି । ଏହା ଦ୍ୱାରା ଖରା ଦାଉରୁ ରକ୍ଷା ପାଇବା ସହ, ବର୍ଷାରୁ ରକ୍ଷା ପାଇବା ଓ ସାମାଜିକ ଦୂରତା ମଧ୍ୟ୍ୟ ରଖି ହେବ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଯୁବମୋର୍ଚା ଜିଲ୍ଲା ସଭାପତି ରଞ୍ଜିତ କୁମାର ସାହୁ, ନଗର ସଭାପତି ଦିବାକର ସାହୁ,ଯୁବମୋର୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଅଭୟ ପାତ୍ର, ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ପୂର୍ଵତନ ନଗର ସଭାପତି ସୁରେନ୍ଦ୍ର ପାତ୍ରଙ୍କ କରକମଳରେ ମାନପତ୍ର ପ୍ରଦାନ କରିବା ସହ ସଚେତନ କରିଥିଲେ ।

Advertisement