‘ତୁଝେ ଭୁଲେଗା ନା, ତେରା ହିନ୍ଦୋସ୍ତାନ: କାର୍ଗିଲ୍‌ ସୈନିକଙ୍କ ପ୍ରତି ସେନାବାହିନୀ ଲଞ୍ଚ୍‌ କଲା ଭିଡିଓ

207
ADVERTISEMENT

ନୂଆଦିଲ୍ଲୀ ୭/୭ (ଡି.ଏଚ.ବି) : କୋଡ଼ିଏ ବର୍ଷ ପୂର୍ବେ ଜୁଲାଇ ୩୬ ତାରିଖ ଦିନ ଭାରତର କାର୍ଗିଲ୍‌ ବିଜୟ ଦିବସକୁ ପାଳିବା ନିମନ୍ତେ ଗୁଡ଼ାଏ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଶୁକ୍ରବାର ଦିନ ସେନା ମୁଖ୍ୟ ବିପିନ ବିହାରି ରାଓ୍ଵତ୍‌ କାର୍ଗିଲ୍‌ ସହିଦ ଏବଂ ଯୁଦ୍ଧରେ ଲଢ଼ିଥିବା ସୈନିକମାନଙ୍କ ପ୍ରତି ସମ୍ମାନ, ଅଭିବାଦନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଗୋଟାଏ ଗୀତ ରିଲିଜ୍‌ କରିଛନ୍ତି। ଦିଲ୍ଲୀର ମାନେକଶ’ ସେଣ୍ଟର୍‌ ଠାରେ ଭବ୍ୟ ସମାରୋହରେ ରିଲିଜ୍‌ ହୋଇଥିବା ଏଇ ଗୀତର ରଚୟିତା ହେଉଛନ୍ତି ଖ୍ୟାତନାମା ହିନ୍ଦୀ ଗୀତିକାର ସମର୍‌ ଅଞ୍ଜାନ ଏବଂ ଗାଇଛନ୍ତି ଶତଦ୍ରୁ କବୀର। ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ରାଜୁ ସିଂହ। ଏଥିରେ ଅମିତାଭ ବଚ୍ଚନ, ସଲ୍‌ମନ୍‌ ଖାଁ, ଭିକି କୌଶଳ ଆଦି ବହୁ ଅଭିନେତାଙ୍କୁ ଦୃଶ୍ୟାୟିତ କରାଯାଇଛି।

Advertisement