ବରିଷ୍ଠ ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

266
File
ADVERTISEMENT

ନୂଆଦିଲ୍ଲୀ, ୩୦-୦୪ (ଡ଼ିଏଚ) : ବରିଷ୍ଠ ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । “ବହୁମୁଖୀ, ସ୍ନେହମୟ ଏବଂ ଜୀବନ୍ତ … ଏମିତି ଥିଲେ ରିଷି କପୁର ମହାଶୟ । ସେ ଥିଲେ ପ୍ରତିଭାର ଗନ୍ତାଘର । ସୋସିଆଲ ମିଡିଆରେ ଆମର ପାରସ୍ପରିକ କଥାବାର୍ତ୍ତାକୁ ମୁଁ ସବୁବେଳେ ମନେପକାଇବି । ସେ ଚଳଚ୍ଚିତ୍ର ଏବଂ ଭାରତର ପ୍ରଗତି ନେଇ ଆଗ୍ରହୀ ଥିଲେ । ତାଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisement