Wednesday, August 19, 2026
ADVERTISEMENT
Home ଜାତୀୟ ପଞ୍ଜାବକୁ ଲାଗିଥିବା ଭାରତୀୟ ସୀମାରେ ବଡ ଧରଣର ସାମରିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ପାକିସ୍ତାନ

ପଞ୍ଜାବକୁ ଲାଗିଥିବା ଭାରତୀୟ ସୀମାରେ ବଡ ଧରଣର ସାମରିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ପାକିସ୍ତାନ

331
ADVERTISEMENT

ନୂଆଦିଲ୍ଲୀ,୬/୭ (ଡି.ଏଚ.ବି) : ଗତ ଫେବ୍ରୁଆରୀ ମାସରେ ଭାରତ ପାକିସ୍ତାନର ବାଲାକୋଟରେ କରିଥିବା ବିମାନ ଆକ୍ରମଣ ପରେ ପାକିସ୍ତାନୀ ସେନାର ନିଦ ହଜିଯାଇଛି । ଭବିଷ୍ୟତରେ ଯେପରି ଭାରତ ଏପରି ଆକ୍ରମଣ କରିବାକୁ ସକ୍ଷମ ନ ହୁଏ ସେଥିପାଇଁ ନିଜର ରଣନୀତି ବଦଳାଉଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି । ଏହି ରିପୋର୍ଟ ଅନୁସାରେ ପାକିସ୍ତାନ ସେନା କେବଳ ନିୟନ୍ତ୍ରଣରେଖା ନୁହେଁ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ନଜର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।

ପଞ୍ଜାବକୁ ଲାଗିଥିବା ସୀମାରେ ପାକିସ୍ତାନୀ ସେନା ଓ ରେଞ୍ଜର୍ସ ନୂଆ ବଙ୍କର, ଓ୍ଵାଚ ଟାଓ୍ଵାର, କଂକ୍ରିଟ ଘର, ରିଙ୍ଗ ବନ୍ଧ ଆଦି ନିର୍ମାଣ କରୁଛି । କେବଳ ଏତିକି ନୁହେଁ, ପାକିସ୍ତାନ ପକ୍ଷରୁ ଏ ଅଂଚଳରେ ଡ୍ରୋନ ଓ ପାଇଲଟ ବିହୀନ ବିମାନ ମଧ୍ୟ ମୁତୟନ କରାଯାଇଛି । ଏଗୁଡ଼ିକ ମାଧ୍ୟମରେ ଭାରତୀୟ ସୀମା ପଟେ ଥିବା କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖାଯାଉଛି । ପାକିସ୍ତାନ ସୀମାକୁ ଲାଗିଥିବା ଗୁରୁଦାସପୁର, ଫିରୋଜପୁର, ଫଜିଲକା ଆଦି ସେକ୍ଟରରେ ଏହି କାର୍ଯ୍ୟକଳାପ ଚାଲିଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି ।

Advertisement