ଦୋକାନ ଖୋଲିବାନେଇ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

650
ADVERTISEMENT

ନୂଆଦିଲ୍ଲୀ, ୨୫/୦୪ (ପିଆଇବି) : ଦୋକାନ ଖୋଲିବାକୁ ଅନୁମତି ଦେବା ଲାଗି ଲକଡାଉନ ଅବଧିର ମାର୍ଗଦର୍ଶିକାକୁ ସଂଶୋଧନ କରି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଗତକାଲି ଏକ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି ।
ଏହି ଆଦେଶ ସୂଚିତ କରେକି: ଗ୍ରାମାଞ୍ଚଳରେ, ସପିଂ ମଲ ବ୍ୟତୀତ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ସହରାଞ୍ଚଳରେ, ସମସ୍ତ ଏକାକୀସ୍ଥିତ ଦୋକାନ, ପଡ଼ୋଶୀ ଏବଂ ଆବାସିକ କମ୍ପ୍ଲେକ୍ସ ଗୁଡିକର ନିକଟରେ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ବଜାର / ମାର୍କେଟ କମ୍ପ୍ଲେକ୍ସ ଏବଂ ସପିଂ ମଲ ଦୋକାନଗୁଡିକୁ ଖୋଲିବାକୁ ଅନୁମତି ନାହିଁ । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଇ-କମର୍ସ କମ୍ପାନୀଗୁଡିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ଅନୁମତି ଦିଆଯିବ। ଏହା ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ,କେIଭିଡି ୧୯ ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବା ମଦ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରୟ ନିଷେଧରହିବ । ଏକୀକୃତ ସଂଶୋଧିତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିବା ଭଳି, ରାଜ୍ୟ/କେନ୍ଦ୍ରଶାସିତ ଗୁଡିକର ସମ୍ପୃକ୍ତ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳରେ ଅବରୋଧ କ୍ଷେତ୍ର ଭାବେ ଘୋଷିତ ଅଞ୍ଚଳରେ ଥିବା ଦୋକାନଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ।

Advertisement