ସେପ୍ଟେମ୍ବରରେ ଭାରତରେ ପହଞ୍ଚିବ ପ୍ରଥମ ରାଫେଲ ବିମାନ

181
ADVERTISEMENT

ନୂଆଦିଲ୍ଲୀ, ୬/୭ (ଡି.ଏଚ.ବି) : ଆସନ୍ତା ଦୁଇ ମାସ ମଧ୍ୟରେ, ସମ୍ଭବତଃ ସେପ୍ଟେମ୍ବର ମାସରେ ଭାରତରେ ପ୍ରଥମ ରାଫେଲ ବିମାନ ପହଞ୍ଚିବ ବୋଲି ଭାରତରେ ଥିବା ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡାର ଜିଗଲର କହିଛନ୍ତି । ସେ କହିଛନ୍ତି ଯେ ଫ୍ରାନ୍ସରେ ହିଁ ଏହି ବିମାନର ଡେଲିଭରୀ ନିଆଯିବ ଓ ଏହାପରେ ତାହାକୁ ଭାରତ ଅଣାଯିବ । ଆସନ୍ତା ୨ ବର୍ଷ ମଧ୍ୟରେ ୩୬ଟି ରାଫେଲ ବିମାନ ଭାରତରେ ପହଞ୍ଚିବ । ଗତ ବର୍ଷ ଡିସେମ୍ବର ମାସରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଥିଲେ । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

Advertisement