Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ କୁମାର କୁମାରସ୍ୱାମୀ ଆମେରିକାରେ, ଏଣେ ଇସ୍ତଫା ଦେବାକୁ ବାହାରିଲେଣି କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୨ ବିଧାୟକ

ମୁଖ୍ୟମନ୍ତ୍ରୀ କୁମାର କୁମାରସ୍ୱାମୀ ଆମେରିକାରେ, ଏଣେ ଇସ୍ତଫା ଦେବାକୁ ବାହାରିଲେଣି କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୨ ବିଧାୟକ

313
ADVERTISEMENT

ବେଙ୍ଗାଲୁରୁ, ୬/୭ (ଡି.ଏଚ.ବି): କର୍ଣ୍ଣାଟକରେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି। ରାଜ୍ୟରେ ଶାସନ ଚଳାଇଥିବା କଂଗ୍ରେସ-ଜେଡିଏସ୍‌ ସରକାରକୁ ବଡ଼ ଝଟକା ଲାଗିଛି। କଂଗ୍ରେସର ୧୨ଜଣ ବିଧାୟକ କର୍ଣ୍ଣାଟକ ବିଧାନସଭାରେ ପହଞ୍ଚି ବାଚସ୍ପତି ରମେଶ କୁମାରଙ୍କୁ ଭେଟି ଇସ୍ତଫା ଦେବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି । ବାଚସ୍ପତିଙ୍କୁ ଭେଟିଥିବା କଂଗ୍ରେସ ବିଧାୟକମାନେ ହେଲେ ପ୍ରତାପଗୌଡା ପାଟିଲ୍‌, ଶିବରାମ ହେବ୍ଦର, ରମେଶ ଜାର୍କି ହୋଲି, ମେହଶ କୁମାର ହାଲି, ନାରାୟଣ ଗୌଡା, ରାମଲିଙ୍ଗା ରେଡ୍ଡି, ସୌମ୍ୟ ରେଡ୍ଡି, ବିରଥି ସୁରେଶ ଏବଂ ମୁନିରତ୍ନା। ସେହିପରି ଜେଡି-ଏସର ବିଧାୟକ ଗୋପାଲୈହା ଓ ଏଚ.ବିଶ୍ୱନାଥ ମଧ୍ୟ ବାଚସ୍ପତିଙ୍କୁ ଭେଟିଛନ୍ତି । ୨୨୫ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଭାରତୀୟ ଜନତା ପାର୍ଟିର ୧୦୫ ବିଧାୟକ ରହିଥିବା ବେଳେ କଂଗ୍ରେସର ୭୮ ଓ ଜେଡିଏସ୍‌ର ୩୭ ବିଧାୟକ ଅଛନ୍ତି। ବିଏସ୍‌ପି ଏବଂ କେଜେପି ଦଳର ଜଣେ ଲେଖାଏଁ ବିଧାୟକ ଅଛନ୍ତି।

ଯଦି ଏହି ୧୨ଜଣ ବିଧାୟକ ଇସ୍ତଫା ଦିଅନ୍ତି ତେବେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବିଧାୟକ ସଂଖ୍ୟା ୧୦୩କୁ ଖସି ଆସିବ। ଗୃହରେ ସଂଖ୍ୟା ଗରିଷ୍ଠତା ଲାଗି ୧୦୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ହେତୁ ମେଣ୍ଟ ସରକାର ସଂଖ୍ୟା ଲଘୁ ଦେବାର ସମ୍ଭାବନାକୁ ଏଡାଇ ହେବ ନାହିଁ। ଫଳରେ ସରକାର ଭାଙ୍ଗିଯିବା ପରିସ୍ଥିତି ଦେଖାଯାଇଛି। ବର୍ତ୍ତମାନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଆମେରିକା ଗସ୍ତରେ ଅଛନ୍ତି ଏବଂ ସେ ଆସନ୍ତାକାଲି ବେଙ୍ଗାଲୁରୁ ଫେରିବାର କାର୍ଯ୍ୟକ୍ରମ ରହିଛି।


Advertisement