Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ନାବାଳିକା ଝିଅକୁ ଆପତ୍ତିଜନକ ବ୍ୟବହାର କରି ଜଣେ ଗିରଫ

ନାବାଳିକା ଝିଅକୁ ଆପତ୍ତିଜନକ ବ୍ୟବହାର କରି ଜଣେ ଗିରଫ

415
ADVERTISEMENT

କୁକୁଡାଖଣ୍ଡି,୨୧।୪(ଇ.ରଂଜନ): ସଦରଥାନା ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମର ନାୟକ ସାହି ରେ ଜଣେ ସମ୍ପର୍କୀୟ ଦାଦା ୧୨ ବର୍ଷର ଝିଆରୀଙ୍କୁ ଆପତ୍ତିଜନକ ବ୍ୟବହାର କରିଥିବା ନେଇ ନାବାଳିକାର ମା’ ନମିତା ନାୟକ ସୋମବାର ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ l ଘଟଣା ଅନୁଯାୟୀ ସମ୍ପୃକ୍ତ ପରିବାରର ପଡ଼ୋଶି ରହିବା ସହ ପୂର୍ବରୁ ଶତ୍ରୁତାକୁ ନେଇ ଏହାର ବଦନାମ ଝିଅ ଉପରେ ସୁଝାଇବା ନେଇ ସମ୍ପକୀୟ ଦାଦା ଏପରି କରିଥିବା ନାବାଳିକାର ମା’ ଅଭିଯୋଗ କରିଛନ୍ତି l ସୋମବାର ନମିତା ନାୟକ ପରିବାମାର୍କେଟ ଯାଇଥିବା ସମୟରେ ସମ୍ପକୀୟ ଦାଦା ଦେବାଶିଷ ନାୟକ (27) ଘରେ କେହିନଥିବା ସୁଯୋଗ ନେଇ ନାବାଳିକା ଝିଆରୀକୁ ଆପତ୍ତିଜନକ ବ୍ୟବହାର କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଦାଦା ଦେବାଶିଷ ନାୟକଙ୍କୁ କେସନଂ ୧୧୬/୨୦ରେ ପୋଲିସ ଗିରଫ କରିଥିବା ଥାନା ଅଧିକାରିଣୀ ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି l

Advertisement