Wednesday, August 19, 2026
ADVERTISEMENT
Home ଜାତୀୟ ‘ସବୁ ମୋଦୀ ଚୋର’ ମନ୍ତବ୍ୟର ଶୁଣାଣି ଲାଗି ଆଜି ପାଟନା କୋର୍ଟରେ ହାଜର ହେବେ କଂଗ୍ରେସ...

‘ସବୁ ମୋଦୀ ଚୋର’ ମନ୍ତବ୍ୟର ଶୁଣାଣି ଲାଗି ଆଜି ପାଟନା କୋର୍ଟରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

351
ADVERTISEMENT

ପାଟନା, ୬/୭ (ଡି.ଏଚ.ବି): ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ମାନହାନି ମକଦ୍ଦମା ମାମଲାର ଶୁଣାଣି ଲାଗି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଟନା କୋର୍ଟରେ ହାଜର ହେବେ ବୋଲି ଜଣାଯାଇଛି । ରାହୁଲ ଗାନ୍ଧୀ ‘ସବୁ ମୋଦୀ ଚୋର’ ଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଦେଇଥିବା ବୟାନକୁ ନେଇ ଶୁଣାଣୀ ଆଜି ହେବ । ରାହୁଲଙ୍କ ଏହି ବିବାଦୀୟ ବୟାନକୁ ନେଇ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ମାନହାନି ମକଦ୍ଦମା କରିଥିଲେ । ଉପମୁଖ୍ୟମନ୍ତ୍ରୀଙ୍କ ଓକିଲଙ୍କ କହିବାନୁଯାୟୀ ରାହୁଲଙ୍କ ଏହି ବୟାନକୁ ନେଇ ସୁଶୀଳ ମୋଦୀ  ଗତ ଏପ୍ରିଲ ମାସରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଅଦାଲତରେ ଏସଂପର୍କରେ ଅଭିଯୋଗ କରିଥିଲେ । ରାହୁଲଙ୍କ ଏହି ବୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ, ଆଇପିଏଲ ପୂର୍ବତନ କମିଶନର ଲଲିତ ମୋଦୀଙ୍କୁ ଟାର୍ଗେଟ କରିଥିବା ଚର୍ଚ୍ଚା ହୋଇଥିଲା । ଅପରପକ୍ଷରେ ନିକଟରେ ସାମ୍ବାଦିକ ଗୌରି ଲୋକେଶଙ୍କ ହତ୍ୟା ମାମଲାରେ ବିଜେପି ଆରଏସଏସର ବିଚାରାଧାରାକୁ ଆକ୍ଷେପ କରି ରାହୁଲଙ୍କ ନାଁରେ ଯେଉଁ ମାନହାନି ମକଦ୍ଦମା ହୋଇଥିଲା ,ସେହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମୁମ୍ବାଇର ଏକ ନ୍ୟାୟାଳୟ ୧୫ହଜାର ଜରିମାନା ପରେ ଜାମିନ ମଞ୍ଜୁର କରିଥିଲେ ।

Advertisement