Thursday, September 24, 2026
ADVERTISEMENT
Home ମନୋରଞ୍ଜନ ମହେନ୍ଦୀକୁ ଗାଢ଼ କରିବାକୁ ଚାହାନ୍ତି କି ?

ମହେନ୍ଦୀକୁ ଗାଢ଼ କରିବାକୁ ଚାହାନ୍ତି କି ?

371
ADVERTISEMENT

କୁହାଯାଏ ବାହାଘର ସମୟରେ ଯେଉଁ ଯୁବତୀଙ୍କ ମେହେନ୍ଦୀ ଯେତେ ଗାଢ଼ ହୁଏ ତାଙ୍କ ବୈବାହିକ ଜୀବନ ସେତେ ପ୍ରେମରେ ଭରିଯାଏ। ତେବେ ଆପଣ ବି ଯଦି ଚାହୁଁଛନ୍ତି ଯେ ମେହେନ୍ଦୀର ରଙ୍ଗ ଗାଢ଼ ହେଉ ଓ ଏହା ଅଧିକ ସମୟ ଧରି ହାତରେ ରହୁ ତେବେ ଚିନ୍ତା କରନ୍ତୁ ନାହିଁ। ଅଳ୍ପ ପରିଶ୍ରମରେ ମେହେନ୍ଦୀ କିପରି ଅଧିକ ଗାଢ଼ ଦେଖାଯିବ ଆଜି ଆମେ ଆପଣଙ୍କୁ ବତାଇବୁ।
୧) ମେହେନ୍ଦୀ ଲଗାଇବା ପୂର୍ବରୁ ହାତ ଓ ପାଦକୁ ଭଲ ଭାବେ ସଫା କରନ୍ତୁ। ହାତ ଓ ପାଦ ଭଲ ଭାବେ ପରିଷ୍କାର ହୋଇଗଲେ ମେହେନ୍ଦୀ ଭଲ ଭାବେ ପାଚିଥାଏ।
୨) ମେହେନ୍ଦୀ ଲଗାଇବା ପରେ କିଛି ଘଣ୍ଟା ଶୁଖିବା ଲାଗି ଛାଡ଼ି ଦିଅନ୍ତୁ। ପାଖାପାଖି ୫ ଘଣ୍ଟା ପର୍ୟ୍ୟନ୍ତ ମେହେନ୍ଦୀ ଲଗାଇ ରଖିବା ଫଳରେ ଏହା ଅଧିକ ଗାଢ଼ ହୋଇଥାଏ। ଆପଣ ଚାହିଁଲେ ମେହେନ୍ଦୀକୁ ରାତିରେ ଲଗାଇ ଶୋଇବାକୁ ଯାଇପାରିବେ। ସକାଳୁ ଏହାକୁ ଛଡ଼ାଇବା ଦ୍ୱାରା ଏହା ଅଧିକ ଗାଢ଼ ଦେଖାଯାଏ।୩) ମେହେନ୍ଦୀ ଶୁଖିଲା ପରେ ହାତରେ ଲେମ୍ୱୁ ଓ ଚିନି ପାଣି ଲଗାଇ ରଖନ୍ତୁ। ଏହାସହିତ ଥରେ କିମ୍ୱା ଦୁଇ ଥର ସୋରିଷ ତେଲ ଲଗାନ୍ତୁ।
୪) ତାୱାରେ ଦୁଇରୁ ତିନୋଟି ଲବଙ୍ଗ ପକାଇ ହାତକୁ ପାଖକୁ ନେଇ ସେକନ୍ତୁ। ଏହାଦ୍ୱାରା ଆପଣ ଥଣ୍ଡା ହାତ ଗରମ ହେବା ସହ ମେହେନ୍ଦୀ ଗାଢ଼ ହୋଇଥାଏ।
୫) ମେହେନ୍ଦୀକୁ ସାବୁନରେ ସଫା କରନ୍ତୁ ନାହିଁ। ଏପରି କଲେ ମେହେନ୍ଦୀର ରଙ୍ଗ ହାଲୁକା ହୋଇପାରେ। ଛୁରୀ କିମ୍ବା ଚାମଚରେ ଧିରେ ଧିରେ ମେହେନ୍ଦୀ ଛଡ଼ାଇପାରିବେ। ମେହେନ୍ଦୀ ଛଡ଼ାଇବାର କିଛି ଘଣ୍ଟା ପର୍ୟ୍ୟନ୍ତ ପାଣି ବ୍ୟବହାର କରନ୍ତୁ ନାହିଁ।
୬) ମେହେନ୍ଦୀକୁ କେବେହେଲେ ହିଟର କିମ୍ବା ଡ୍ରାୟରରେ ଶୁଖାନ୍ତୁ ନାହିଁ। ସବୁବେଳେ ପ୍ରାକୃତିକ ଭାବେ ଶୁଖାଇବାକୁ ଚେଷ୍ଟା କରନ୍ତୁ।
୭) ମେହେନ୍ଦୀର ରଙ୍ଗ ଗାଢ଼ କରିବା ଲାଗି ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ। ମେହେନ୍ଦୀ ଛଡ଼ାଇବା ପରେ ସୋରିଷ ତେଲ ଲଗାଇଲେ ମେହେନ୍ଦୀ ଅଧିକ ଗାଢ଼ ଦେଖାଯିବ।

Advertisement