Sunday, September 6, 2026
ADVERTISEMENT
Home ଜାତୀୟ ଆସନ୍ତା ଅକ୍ଟୋବର ୨ ସୁଦ୍ଧା ଆଉ କେହି ବାହାରେ ଶୌଚ କରୁନଥିବେ: ବଜେଟ୍‌ରେ କହିଲେ ସୀତାରମଣ

ଆସନ୍ତା ଅକ୍ଟୋବର ୨ ସୁଦ୍ଧା ଆଉ କେହି ବାହାରେ ଶୌଚ କରୁନଥିବେ: ବଜେଟ୍‌ରେ କହିଲେ ସୀତାରମଣ

283
ADVERTISEMENT

ନୂଆଦିଲ୍ଳୀ,୫/୭ (ଡି.ଏଚ.ବି) : ଆଜି ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୧୯-୨୦ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ହୋଇଯାଇଛି। ଚଳିତବର୍ଷ ବଜେଟ ଧନୀକଙ୍କୁ ଧକ୍କା ଦେଇଥିବା ବେଳେ ଗରିବମାନଙ୍କୁ ସୁହାଇଲା ପରି ହୋଇଛି। ଏହି ବଜେଟ୍‌ରେ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବଜେଟ୍‌ ଉପସ୍ଥାପନା କରିବା ବେଳେ ସୀତାରମଣ କହିଛନ୍ତି ଯେ ୨୦୧୯ ଅକ୍ଟୋବର ୨ ସୁଦ୍ଧା ଦେଶରେ ଆଉ କେହି ବାହାରେ ଶୌଚ କରୁନଥିବେ। ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ଏହା ତାଙ୍କ ପାଇ ବଡ଼ ଉପହାର ହେବ। ସୀତାରମଣ ଦାବି କରି କହିଛନ୍ତି ଯେ ଦେଶରେ ପ୍ରାୟ ୯୫ ପ୍ରତିଶତ ଲୋକ ଶୌଚାଳୟ ବ୍ୟବହାର କରନ୍ତି। ବାକି ବାହାରେ ଶୌଚ କରୁଥିବା ୫ ପ୍ରତିଶତ ଲୋକଙ୍କୁ ଅକ୍ଟୋବର ୨ ସୁଦ୍ଧା ଶୌଚାଳୟ ଯୋଗାଇ ଦିଆଯିବ। ସେ କହିଛନ୍ତି କି ‘ମୁଁ ଅନେକ ଖୁସି ଓ ସନ୍ତୁଷ୍ଟ ଯେ ଅକ୍ଟୋବର ୨ ସୁଦ୍ଧା ଦେଶ ସ୍ୱଚ୍ଛତାର ଏକ ସୋପାନକୁ ଜିଣିବ। ଯାହାବି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହି ସାରିଛନ୍ତି।


Advertisement