Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଲକ ଡାଉନ ହେଲା ପୁରା ସହର

ଲକ ଡାଉନ ହେଲା ପୁରା ସହର

359
ADVERTISEMENT

ମୋହନା,୨୬।୩( ମୋହନ ଗୌଡ଼) : ସାରା ରାଜ୍ୟରେ କୋରୋନାକୁ ନେଇ ଲକ ଡାଉନ ଘୋଷଣା କରାଯାଇଛି ।ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ସହରରେ ମଧ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ କରାଯାଇଛି । ଆଜି ଦିନରେ ଲୋକମାନେ ସରକାର ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ସାଧାରଣ ଲୋକ ମାନୁନଥିବା ଦେଖାଯାଇଛି । ଏହାପରେ ପୋଲିସକୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବାକୁ ପଡିଛି । ଲୋକଙ୍କ ବୁଝାଇବା ପରେ ଗାଡି ମୋଟର ଚଳାଚଳ କମ ରହିଥିଲା । ଗଜପତି ଜିଲ୍ଲା ରେ ଲକ ଡାଉନର ଆଜି ପ୍ରଥମ ଦିନରେ ମୁନଫାଖୋର ବ୍ୟବସାୟୀ ମାନେ ଆଳୁ ,ଡାଲି ସହିତ ବିଭିନ୍ନ ଜିନିଷର ଦର ବୃଦ୍ଧି କରି ପ୍ରଶାସନ ସମ୍ମୁଖରେ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ମୁନାଫାଖୋର ବ୍ୟବସାୟୀ ମାନଙ୍କ ଉପରେ ପ୍ରଶାସନର ନିୟନ୍ତ୍ରଣ ନଥିବାରୁ ଦର ଆକାଶ ଛୁଆଁ ହେବାର ସମ୍ଭାବନା ରହିଛି।ଆଜି ଗଜପତି ଜିଲ୍ଲା ର ପ୍ରମୁଖ ସହର ପାରଳାଖେମୁଣ୍ଡି, କାଶୀନଗର, ରା. ଉଦୟଗିରି ଓ ମୋହନା ର ସାରା ପୋଲିସ ମୁତୟନ କରାଯାଇଛି ଦୋକାନ ଦୋକାନ ବୁଲି ସଚେତନ କରିବା ସହିତ ସରକାରଙ୍କ ନିର୍ଦେଶ ମାନି ବେବ୍ୟସାଇ କରିବା ପାଇଁ ଅନୁରୋଧ କରିଛନ୍ତି ଅବମାନନା କୋଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ ସୂଚନା ଦେଇଛନ୍ତି । ସେହିପରି ସେମାନେ ଦୋକାନ ବଜାର ବନ୍ଦ କରାଇବା ସହିତ ବିନା କାରଣ ରେ ମୋଟର ସାଇକେଲ କିମ୍ବା କାର ଧରି ବୁଲୁଥିବା ଲୋକଙ୍କୁ ଅଟକାଇ ତାଙ୍କୁ ତାଗିଦ କରୁଛନ୍ତି। ଏସପି ସାରା ଶର୍ମା ,ଜିଲ୍ଲାପାଳ ଅନୁପମ ସାହା ,ରା.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ,ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ , ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ଲୋକଙ୍କୁ ଦୋକାନ ବଜାର ବନ୍ଦ କରିବାପାଇଁ ବୁଝାଇବା ସହିତ ଘରେ ରହିବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । କୋରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣାର ଆଜି ପ୍ରଥମଦିନରେ ବିଭିନ୍ନ ସ୍ଥାନରେ ଲକଡାଉନକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ ବି ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବାର ଯୋଜନା ଆରମ୍ଭ କରିଛନ୍ତି ସ୍ଥାନୀୟ ପ୍ରଶାସନ ତେବେ ଆଗକୁ ଦେଖିବା ପ୍ରଶାସନ ଔଦ୍ୟୋଗିକ ସହରରେ ଲକଡାଉନକୁ ଲୋକେ କେତେ ସଫଳତାର ସହିତ ମାନୁଛନ୍ତି ତାହାକୁ ଦେଖିବାର ବାକି ରହିଲା।

Advertisement