Sunday, November 22, 2026
ADVERTISEMENT
Home ଜାତୀୟ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ଧାନ ସମେତ ସବୁ ଖରିଫ ଫସଲର ଏମଏସପି ବଢିଲା

ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ଧାନ ସମେତ ସବୁ ଖରିଫ ଫସଲର ଏମଏସପି ବଢିଲା

313
ADVERTISEMENT

ନୂଆଦିଲ୍ଲୀ, ୩/୭ (ଡି.ଏଚ.ବି): ନିର୍ବାଚନରେ ବିପୁଳ ବିଜୟ ପରେ କେନ୍ଦ୍ରର ଏନଡିଏ ସରକାର ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ଧାନ ସମେତ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶର କୋଟି କୋଟି ଚାଷୀ ଉପକୃତ ହେବେ । ସାଧାରଣ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ ଟଙ୍କା କରାଯାଇଛି । ସେହିପରି ଧାନ (ଗ୍ରେଡ ଏ)ର ଏମଏସପି ମଧ୍ୟ କ୍ୱିଣ୍ଟାଲ ପିଛା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୩୫ ଟଙ୍କା କରାଯାଇଛି । ସେହିପରି ସୋୟାବିନର ଏମଏସପି କ୍ୱିଣ୍ଟାଲ ପିଛା ୩୧୧ ଟଙ୍କା, ସୂର୍ଯ୍ୟମୂଖୀ ଏମଏସପି କ୍ୱିଣ୍ଟାଲ ପିଛା ୨୬୨ଟଙ୍କା ବୃଦ୍ଧି କରାଯାଇଛି । ମୁଗର ଏମଏସପି କ୍ୱିଣ୍ଟାଲ ପିଛା ୭୫ ଟଙ୍କା ବୃଦ୍ଧି କରାଯାଇ ୭୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ହରଡର ଏମଏସପି କ୍ୱିଣ୍ଟାଲ ପିଛା ୧୨୫ ଟଙ୍କା ବୃଦ୍ଧି କରି ୫୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

Advertisement