Wednesday, August 19, 2026
ADVERTISEMENT
Home ଜାତୀୟ ବିଏସ୍ଏନ୍ଏଲକୁ ଆର୍ଥିକ ସଙ୍କଟରୁ ବଞ୍ଚାଇବା ଲାଗି ୭୪ ହଜାର କୋଟି ଟଙ୍କାର ବେଲ୍ ଆଉଟ୍ ପ୍ୟାକେଜ...

ବିଏସ୍ଏନ୍ଏଲକୁ ଆର୍ଥିକ ସଙ୍କଟରୁ ବଞ୍ଚାଇବା ଲାଗି ୭୪ ହଜାର କୋଟି ଟଙ୍କାର ବେଲ୍ ଆଉଟ୍ ପ୍ୟାକେଜ ଦେଇପାରନ୍ତି ସରକାର

279
ADVERTISEMENT

ନୂଆଦିଲ୍ଲୀ, ୩/୭ (ଡି.ଏଚ.ବି):  ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା  ରାଷ୍ଟ୍ରାୟତ ଉଦ୍ୟୋଗ ବିଏସ୍ଏନ୍ଏଲ ଓ ଏମଟିଏନଏଲକୁ ବଞ୍ଚାଇବା ଲାଗି ମୋଦୀ ସରକାର ଆର୍ଥିକ ସହୟତା ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ବିଏସଏନଏଲ ଲାଗି  ସରକାର ୭୪ ହଜାର କୋଟି ଟଙ୍କାର ବେଲ୍ ଆଉଟ୍ ପ୍ୟାକେଜ ଦେବାକୁ ଚିନ୍ତା କରୁଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବଜେଟରେ ବ୍ୟବସ୍ଥା ରହିବ ବୋଲି ଆଶା କରାଯାଉଛି। ଏଥିମଧ୍ୟରେ ରହିବ କର୍ମଚାରୀଙ୍କ ଭିଆରଏସ ପ୍ୟାକେଜ । ବିଏସଏନଏଲର କର୍ମଚାରୀ ଭିଆରଏସ ନେଲେ ଅତିରିକ୍ତ ୫ ପ୍ରତିଶତ ଅଧିକ କ୍ଷତିପୂରଣ ଦିଆଯିବ । ବିଏସଏନଏଲ ହେଉଛି ଦେଶର ସବୁଠାରୁ ଅଧିକ କ୍ଷତିସହୁଥିବା ପିଏସୟୁ । ୨୦୧୯ ଆର୍ଥିକ ବର୍ଷରେ  ବିଏସଏନଏଲ ୧୩ ହଜାର ୮୦୪ କୋଟି ଟଙ୍କାର କ୍ଷତି ସହିଛି ।  ସେହିପରି ଏମଟିଏନଏଲ ମଧ୍ୟ ପ୍ରାୟ ୩ ହଜାର ୩୯୮ କୋଟିର କ୍ଷତି ସହିଛି । ଗତ ଦଶବର୍ଷ ଧରି ପରିଚାଳନାଗତ ତ୍ରୁଟି ଯୋଗୁଁ ବିଏସଏନଏଲ ଓ ଏମଟିଏନଏଲ କ୍ଷତିରେ ଚାଲୁଛି । ଦୁର୍ବଳ ଟେକ୍ନୋଲଜି ଓ ଅନ୍ୟାନ୍ୟ କାରଣରୁ ଘରୋଇ କମ୍ପାନୀଙ୍କ ସହ ଏହା ତାଳଦେଇ ଚାଲିପାରୁନାହିଁ ।ଏହାକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଦୀର୍ଘଦିନ ହେଲା ବେଲଆଉଟ ପ୍ୟାକେଜ ଦେବାକୁ ଦାବି କରୁଥିଲେ ଆଉ ଏଥିପାଇଁ ସରକାର ଏବେ ବେଲଆଉଟ ପ୍ୟାକେଜ ଦେବାକୁ ଚିନ୍ତା କରୁଛନ୍ତି । ଏହାଛଡା ଅବସର ସୀମାକୁ ୬୦ରୁ ୫୮ ବର୍ଷ କରିବାକୁ ବି ସରକାର ଚିନ୍ତା କରୁଛନ୍ତି ।

Advertisement