ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

276
ADVERTISEMENT

ନୂଆଦିଲ୍ଲୀ, ୨୪/୦୩ (ଡ଼ିଏଚ) : କୋଭିଡ-୧୯ ଜରୁରିକାଳୀନ ପାଣ୍ଠିକୁ ଅର୍ଥଦାନ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଗୋଟାବାୟା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

“ସାର୍କ କୋଭିଡ-୧୯ ଜରୁରିକାଳୀନ ପାଣ୍ଠିକୁ ୫ ମିଲିୟନ ଆମେରିକୀୟ ଡଲାର ଅର୍ଥଦାନ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଗୋଟାବାୟା ରାଜପକ୍ଷେଙ୍କୁ ହାର୍ଦ୍ଦିକ ଧନ୍ୟବାଦ । ଆମର ଏହି ସହଯୋଗ ମହାମାରୀ ବିରୁଦ୍ଧରେ ପ୍ରଭାବୀ ଢଙ୍ଗରେ ଲଢିବା ପାଇଁ ବଡ ସହାୟକ ହେବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisement