ପ୍ରଧାନମନ୍ତ୍ରୀ ଓ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଶୁଭେଚ୍ଛା ଆଦାନପ୍ରଦାନ

407
ADVERTISEMENT

ନୂଆଦିଲ୍ଲୀ, ୨୪/୦୩ (ଡ଼ିଏଚ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଉଭୟ ନେତା ନବରୋଜ ଶୁଭେଚ୍ଛାର ଆଦାନପ୍ରଦାନ କରିଥିଲେ ଯାହାକି ଦୁଇ ଦେଶ ମଧ୍ୟରେ ଥିବା ଐତିହ୍ୟ ଓ ସାଂସ୍କୃତିକ ସଂପର୍କକୁ ଦର୍ଶାଉଛି ।
ଦୁଇନେତା ଉଭୟ ଦେଶରେ ବଢି ଚାଲିଥିବା କୋଭିଡ-୧୯ ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ ଏବଂ ସହଯୋଗକୁ ଅଧିକ ସୁଦୃଢ କରିବା ନେଇ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ

Advertisement