Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକରେ କୁଆପଥର ବର୍ଷା

ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକରେ କୁଆପଥର ବର୍ଷା

447
ADVERTISEMENT

ଗଜପତି,୨୦।୩(ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଗୁରୁବାର ଦିନ ୭ଘଣ୍ଟା ସମୟରେ ଘଡଘଡି ସହ କୁଆପଥର ବର୍ଷା ହେବା ସହ ଜବରଦସ୍ତ କୁଆପଥର ପଡିବାର ଦେଖିବାକୁ ମିଳିଥିଲା। କୁଆପଥର ମାଡର ପରିମାଣ ଏତେ ଥିଲା ଯେ ରାୟଗଡ ବ୍ଲକ ଆଡିସିଂ ଛକ ଠାରୁ ବଡ ଗାଁ ପର୍ଯ୍ୟନ୍ତ ରାସ୍ତା ଉପରେ ୫ ଇଞ୍ଚ ବହଳର କୁଆପଥର ଏକ ଆସ୍ତରଣ ସୃଷ୍ଟି ହୋଇଥିଲା। ତେବେ ସ୍ଥାନୀୟ ଲୋକ ଏଭଳି କୁଆପଥର ବର୍ଷା ଆଗରୁ କେବେ ଦେଖି ନ ଥିଲେ। ଗୁରୁବାର ସନ୍ଧ୍ୟା ଠାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଏହି ରାସ୍ତାରେ କୈାଣସି ଯାନବାହାନ ଚଳାଚଳ ହୋଇନଥିଲା।

Advertisement