୨ ବର୍ଷ ମଧ୍ୟରେ ୬ ଶହ ଦୁର୍ନୀତିଗ୍ରସ୍ତ ଠକ ଅଫିସରଙ୍କୁ ଦଣ୍ଡିତ କରିଛନ୍ତି ଯୋଗୀ ସରକାର

343
ADVERTISEMENT

ଲକ୍ଷ୍ନୌ,୩/୭ (ଡି.ଏଚ.ବି): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗତ ୨ ବର୍ଷ ମଧ୍ୟରେ ୬ ଶହ ଦୁର୍ନୀତିଗ୍ରସ୍ତ ଠକ ଅଫିସରଙ୍କୁ ଦଣ୍ଡିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଶହରୁ ଅଧିକ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୪ ଶହଙ୍କୁ ନିଲମ୍ବିତ କିମ୍ବା ନିମ୍ନ ପଦବୀରେ ନିଯୁକ୍ତ କରାଯାଇଛି। ସେହିପରି ୧୫୦ ଜଣଙ୍କର ଯାଞ୍ଚ୍‌ ଜାରି ରହିଛି। ରାଜ୍ୟ ସ୍ବରାଷ୍ଟ୍ର ବିଭାଗରେ ଏଭଳି ସର୍ବାଧିକ ୫୧ ଜଣ ଅଫିସରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ରାଜସ୍ବ ବିଭାଗର ୩୬, ଶ୍ରମ ବିଭାଗର ୧୬, ବନ୍ୟ ବିଭାଗ ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଶକ୍ତି ବିଭାଗର ସର୍ବାଧିକ ୧୬୯ ଜଣଙ୍କୁ ନିମ୍ନ ପଦରେ ନିଯୁକ୍ତ କରାଯାଇଥିବା କୁହାଯାଉଛି। ଇତିମଧ୍ୟରେ ଦୁର୍ନୀତିଗ୍ରସ୍ତ ଠକ ଅଫିସରଙ୍କ ନୂଆ ତାଲିକା ପ୍ରସ୍ତୁତି ପାଇଁ ଯୋଗୀ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisement