ନୂଆଦିଲ୍ଲୀ, ୧୬/୦୩ (ପିଆଇବି) : ବାଂଲାଦେଶରେ ଆୟୋଜିତ ହେଉଥିବା ‘ଜାତିର ପିତା’ ବଙ୍ଗବନ୍ଧୁ, ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୋଗଦେବେ ।
କୋଭିଡ-୧୯ କାରଣରୁ, ମାର୍ଚ୍ଚ ୧୭ରେ ବାଂଲାଦେଶରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମକୁ ବିନା ଜନସମାବେଶରେ ଆୟୋଜନ କରାଯିବ ।

















